ଅପରାଧ ପିସ୍ତଲ ଓ ଗୁଳି ସହ ଦୁର୍ଦାନ୍ତ ଅପରାଧି ତୁଫାନ ଗିରଫ Angul OnlineJanuary 10, 2024January 10, 2024 ଅନୁଗୁଳ – ପିସ୍ତଲ ଓ ଗୁଳି ସହ ଜଣେ ଯୁବକକୁ ଗିରଫ କଲା ଅନୁଗୁଳ ପୁଲିସ । ଗିରଫ ଯୁବକ ଜଣଙ୍କ ହେଲେ ଅନୁଗୁଳ ସହର ରାଧାରମଣପଡାର ହାର୍ଡକୋର କ୍ରିମିନାଲ ତୁଫାନ ଦେହୁରୀ । ସୂଚନା ଅନୁସାରେ ଅନୁଗୁଳ ହାକିମପଡା ଅଞ୍ଚଳରେ ଜଣେ ଯୁବକ ବେଆଇନ ଭାବେ ବନ୍ଧୁକ ରଖିଥିବା ଖବର ପାଇ ଅନୁଗୁଳ ଅନୁଗୁଳ ପୁଲିସ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ତୁଫାନ ନିକଟରୁ ଏକ ଦେଶୀ ପିସ୍ତଲ ସହ ୫ ରାଉଣ୍ଡ ଜୀବନ୍ତ ଗୁଳି ଜବତ ହୋଇଥିଲା । ବେଆଇନ ଭାବେ ବନ୍ଧୁକ ଓ ଗୁଳି ରଖିବା ଅପରାଧରେ ପୁଲିସ ତୁଫାନକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତୁଫାନ ଏହି ବନ୍ଧୁକ ଦେଖାଇ ବିଭିନ୍ନ ବ୍ୟବସାୟୀ ଓ ଦୋକାନୀଙ୍କୁ ଧମକାଇ ଟଙ୍କା ଆଦାୟ କରିବାକୁ ଯୋଜନା କରିଥିଲା ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ତୁଫାନ ପୂର୍ବରୁ ଅନେକ ହତ୍ୟା , ଲୁଟ ଓ ଛିନତାଇ ମାମଲାରେ ଅଭିଯୁକ୍ତ ଅଛି ବୋଲି ମଧ୍ୟ ଜଣା ପଡ଼ିଛି । Advertisement
ସୁନ୍ଦରଗଡ ଗଣହତ୍ୟା ଅଭିଯୁକ୍ତ ଅନୁଗୁଳରୁ ଗିରଫ ଅନୁଗୁଳ – ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ସୁନ୍ଦରଗଡ଼ କରମଡ଼ିହିର ଯାଯାବର ବସ୍ତିର ଘଟଣା । କେଇ ମିନିଟ୍ ମଧ୍ଯରେ ଗଡି ଯାଇଥିଲା ୫ ମୁଣ୍ଡ…
ପୁଣି ସକ୍ରିୟ ଗଞ୍ଜେଇ ମଫିଆ – ବଢିଛି ଗଞ୍ଜେଇ ଚାଷ ପୁଣି ସକ୍ରିୟ ଗଞ୍ଜେଇ ମଫିଆ – ବଢିଛି ଗଞ୍ଜେଇ ଚା ଅନୁଗୁଳ – ଏକଦା ଗଞ୍ଜେଇ ହବ୍ କୁହା ଯାଉଥିବା ଅନୁଗୁଳ ଜିଲ୍ଲାରେ ପୁଣି ଚେଇଁଲେଣି ଗଞ୍ଜେଇ…
୬ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ପୁଲିସ – ଟଙ୍କା ଓ ମାରଣାସ୍ତ୍ର ଜବତ ଅନୁଗୁଳ – ଅନୁଗୁଳ ପୁଲିସ ପଞ୍ଝାରେ ୬ ଜଣିଆ ଲୁଟେରା ଗ୍ୟାଙ୍ଗ୍ । ଅନୁଗୁଳ ଟାଉନ୍ ଥାନା ପୁଲିସ୍ ଏହି ୬ ଜଣିଆ ଲୁଟେରା ଗ୍ୟାଙ୍ଗଙ୍କୁ ଗିରଫ…