ମୁଖ୍ୟ ଖବର ଜାତୀୟ ରାଜପଥ ୫୫ ପାଇଁ ଗଣଧାରଣା Angul OnlineJanuary 17, 2024January 17, 2024 ଅନୁଗୁଳ – ଅନୁଗୁଳ ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଅବସ୍ଥା ଶୋଚନୀୟ ହୋଇ ପଡିଛି । ଦୀର୍ଘ ବର୍ଷ ହେଲା ରାସ୍ତାର ମରାମତି କରା ଯାଉ ନଥିବା ଯୋଗୁଁ ଏହି ରାଜପଥ ଉପରେ ନିର୍ଭର କରୁଥିବା ଲୋକ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ରାସ୍ତାରେ ଆଣ୍ଠୁଏ ଗଭୀରର ଖାଲ ସାଙ୍ଗକୁ ଧୂଳି ଉଡିବା ଯୋଗୁଁ ଅସ୍ତବ୍ୟସ୍ତ ଲାଗୁଛି । ସେହି ଅନୁପାତରେ ରାଜପଥରେ ଦୁର୍ଘଟଣା ଘଟି ଜୀବନ ମଧ୍ୟ ଯାଉଛି । ଯେତେ ଦାବି କଲେ ମଧ୍ୟ ଜାତୀୟ ରାଜପଥ ବିଭାଗ ନିଦାବିଷ୍ଣୁ ସାଜିଛି । ସେପଟେ କେନ୍ଦ୍ର ସରକାର କେବଳ ପ୍ରତିଶୃତି ପରେ ପ୍ରତିଶ୍ରୁତି ଦେଇ ଠକି ଚାଲିଛନ୍ତି । ଏହାର ପ୍ରତିବାଦରେ ଆଜିଠାରୁ ଅନୁଗୁଳର ସଚେତନ ନାଗରିକ ମାନେ ଏକାଠି ହୋଇଛନ୍ତି । ଆଜିଠାରୁ ଅନୁଗୁଳ ଷ୍ଟାଡିୟମ ସାମ୍ନା କୋର୍ଟ ନିକଟରେ ଗଣଧାରଣାରେ ବସିଛନ୍ତି । ଯେ ପର୍ଯ୍ୟନ୍ତ ରାଜପଥ ମରାମତି ହୋଇ ନାହିଁ କି ସେଭଳି ଠୋସ ପ୍ରତିଶ୍ରୁତି ମିଳି ନାହିଁ ସେ ପର୍ଯ୍ୟନ୍ତ ଏହି ଗଣ ଧାରଣା ଚାଲିବ ବୋଲି କହିଛନ୍ତି । ଏହି ଗଣଧାରଣାରେ ବିଭିନ୍ନ ଅନୁଷ୍ଠାନ , ସଂଗଠନ ଓ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଛନ୍ତି । ଜାତୀୟ ରାଜପଥ ବ୍ୟତୀତ ଅନୁଗୁଳ ସହରରେ ଏକ ମେଡିକାଲ କଲେଜ ମଧ୍ୟ ଦାବି କରାଯାଇଛି । Advertisement
ଜିଅନ୍ତା ଜାଳିଥିଲା , ନିଜେ ଜିଅନ୍ତା ଜଳି ମଲା – ଜନ୍ମ କଲା ମା ଓ ରକ୍ତ ସମ୍ପର୍କ ଭାଇ ଓ ଭଉଣୀ ଜାଳି ମାରିଦେଲେ ଅନୁଗୁଳ – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା କଦଳୀମୁଣ୍ଡା ଗାଁରେ ବିଚ ରାସ୍ତାରେ ଯୁବକକୁ ବାନ୍ଧିଦେଲେ ଆଉ ତାପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ । ତା…
ଫାଷ୍ଟ ଫୁଡ୍ ଦୋକାନରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବଲ୍ହର ଛକ ନିକଟସ୍ଥ ଏକ ଫାଷ୍ଟ ଫୁଡ୍ ଦୋକାନରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ବେପାରରେ…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖୋଲିଲା କିନ୍ନର ୱାର୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇପିଡି କୋଠାରେ କିନ୍ନରଙ୍କ ପାଇଁ ଗୁରୁବାର ଏକ ସ୍ବତନ୍ତ୍ର ୱାର୍ଡ ଉଦ୍ଘାଟିତ ହୋଇଯାଇଛି । କିନ୍ନରଙ୍କ ପାଇଁ ଏଭଳି…