ଅପରାଧ ୬ ଲକ୍ଷ ଟଙ୍କା ମୂଲ୍ଯର ବ୍ରାଉନସୁଗାର ଜବତ – ଜଣେ ଗିରଫ Angul OnlineJanuary 19, 2024January 19, 2024 ଅନୁଗୁଳ – ଅନୁଗୁଳ ଜ଼ିଲ୍ଲା ଅବକାରୀ ବିଭାଗକୁ ମିଳିଛି ସଫଳତା । ୬୦ଗ୍ରାମ ବ୍ରାଉନ ସୁଗାର ଜବତ ସହ ଜଣକୁ ଗିରଫ କରିଛି ବିଭାଗ । ସୂଚନା ଅନୁଯାୟୀ ବ୍ରାଉନସୁଗାର ବେପାର କରିବାକୁ ଗରାଖ ଅପେକ୍ଷାରେ ଥିବା ବେଳେ କଲିୟରୀ ଥାନା ସାଉଥବଲଣ୍ଡା ଅଞ୍ଚଳର ସନ୍ତୋଷ କୁମାର ନାଏକ ନାମକ ଜଣେ ଯୁବକକୁ ଗିରଫ କରିଛି । ସନ୍ତୋଷ ବ୍ରାଉନସୁଗାର ଧରି ବେପାର ନିମନ୍ତେ ଅନୁଗୁଳ ଅଭିମୁଖେ ଆସୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ତାକୁ କୁକୁଡାଙ୍ଗ ନିକଟରେ କାବୁ କରିଥିଲେ । ଯାଞ୍ଚ ବେଳେ ତା ନିକଟରୁ ୬୦ ଗ୍ରାମ ବ୍ରାଉନସୁଗାର ମିଳିଥିଲା । ଜବତ କରା ଯାଇଥିଲା ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୬ ଲକ୍ଷ ହେବ ବୋଲି ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ ସୂଚନା ଦେଇଛନ୍ତି । ସନ୍ତୋଷ ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ଥିବା ଅବକାରୀ ବିଭାଗ ପାଖରେ ଖବର ଥିବାବେଳେ ଆଜି ବିଶ୍ୱସ୍ତ ସୂତ୍ରରୁ ଜାଣି ତାକୁ ଧରିବାରେ ସକ୍ଷମ ହୋଇଥିଲା ବିଭାଗ । ସେ ଏହି ବେପାରରେ ବ୍ଯବହାର କରିଥିବା ଏକ ମୋଟରସାଇକେଲକୁ ମଧ୍ଯ ଜବତ କରା ଯାଇଛି । Advertisement
ଅଭିନବ ଢଙ୍ଗରେ ଗାଁ ସଭାପତିଙ୍କୁ ହତ୍ୟା ଅଭିଯୋଗ ଅନୁଗୋଳ – ଅନୁଗୋଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଆମ୍ବପାଳ ଗାଁରେ ଗାଁ ସଭାପତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଛି । ଗାଁର ସଭାପତି ବାଳକୃଷ୍ଣ ନାୟକ…
ହାତୀ ଦାନ୍ତ ଜବତ – ଦୁଇ ବେପାରୀ ଗିରଫ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଖେମଳା ପଞ୍ଚାୟତର ଶୁକଦେବପୁର ଗାଁ ଜଙ୍ଗଲ ନିକଟରୁ ଦୁଇ ଜଣ ହାତୀଦାନ୍ତ ବେପାରୀଙ୍କୁ ବନ ବିଭାଗ ଗିରଫ କରିଥିବା…
ଘରେ ଚଳାଇଥିଲେ ସେକ୍ସ ରାକେଟ – ୨ ରୂପଜୀବୀ ଉଦ୍ଧାର – ୪ ଗିରଫ ଅନୁଗୁଳ – ଅନୁଗୁଳ ମଦନମୋହନ ପଡାରେ ସେକ୍ସ ରାକେଟ ଠାବ କରିଛି ଅନୁଗୁଳ ପୁଲିସ । ସୂଚନା ଅନୁସାରେ ଗତ ୨୯ ତାରିଖ ଶନିବାର ସନ୍ଧ୍ୟାରେ ଅନୁଗଗୁଳ…