ମୋଟର ସାଇକେଲକୁ ଧକ୍କା ଦେଇ ଓଲଟିଲା ପିକନିକ ବସ

ମୋଟର ସାଇକେଲକୁ ଧକ୍କା ଦେଇ ଓଲଟିଲା ପିକନିକ ବସ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ପାତ୍ରପଡାରୁ ବାୟାଣୀପୀଠ ରାସ୍ତାର ମା ହିଙ୍ଗୁଳାଙ୍କ ପୀଠ ନିକଟରେ ଏକ ପିକନିକ ବସ ମୋଟରସାଇକେଲକୁ ଧକ୍କା ଦେଇ ରାସ୍ତାର ୫ଫୁଟ ତଳକୁ ଓଲଟି ପଡିଛି l ଫଳରେ ମୋଟର ସାଇକେଲ ଚାଳକ ଗୁରୁତର ହୋଇଥିବା ବେଳେ ବସ ଚାଳକ ସାମାନ୍ୟ ଆହତ ହୋଇଛି l ଗୁରୁତର ହୋଇଥିବା ମୋଟରସାଇକେଲ ଜଣଙ୍କ ପାତ୍ରପଡା ଗ୍ରାମର ବନ୍ଧୁଆ ସେଠୀ ଓ ବସ ଚାଳକ ଜଣଙ୍କ ହେଲେ ଗଜପତି ଅଞ୍ଚଳର ଟୁକୁନା ନାଏକ ବୋଲି ଜଣା ପଡିଛି l ଘଟଣାରୁ ପ୍ରକାଶ ଅନୁଗୁଳର ଏକ କମ୍ପାନୀର କର୍ମଚାରୀ ମାନେ ମହାଲକ୍ଷ୍ମୀ ନାମକ ଏକ ବସରେ ପାତ୍ରପଡା ପିକନିକ କରିବା ପାଇଁ ଆସିଥିଲେ l ଉକ୍ତ ବସରେ ଆସିଥିବା କର୍ମଚାରୀ ମାନେ ପାତ୍ରପଡାରେ ହେଉଥିବା ପିକନିକ ସ୍ଥାନରେ ଭୋଜି ନକରି ସେଠାରେ ଥିବା ଏକ ଶାଗୁଆନ ଗଛ ବଣ ଭିତରେ ଭୋଜି କରିଥିଲେ l ସେଠାରେ ପିକନିକ ପାର୍ଟି ଓ ବସର ଚାଳକଙ୍କ ସହିତ ଝଗଡା ହୋଇଥିଲା ଫଳରେ ବସ ଚାଳକ ସେଠାରୁ ବସ ନେଇ ପଳାଇ ଯାଇଥିଲେ l ଏହି ସମୟରେ ପାତ୍ରପଡା ଗ୍ରାମର ବନ୍ଧୁଆ ସେଠୀ ଏକ ମୋଟରସାଇକେଲରେ ବାୟାଣୀ ପୀଠ ଆଡ଼କୁ ଆସୁଥିବା ବେଳେ ପାଣି ଟାଙ୍କି ବୁଲାଣି ନିକଟରେ ବସ ଓ ମୋଟରସାଇକେଲ ସହିତ ଧକ୍କା ହୋଇଥିଲା l ଫଳରେ ମୋଟରସାଇକେଲ ଚାଳକ ବନ୍ଧୁଆ ସେଠି ରାସ୍ତା ପାର୍ଶ୍ୱକୁ ଛିଟିକି ପଡ଼ିଥିଵା ବେଳେ ମୋଟର ସାଇକେଲଟି ବସର ବାମ ପାର୍ଶ୍ଵରେ ଲାଗି ପ୍ରାୟ ୫୦୦ ମିଟର ଦୁରକୁ ଘୋଷାଡ଼ି ନେଇ ଭରସାମ୍ୟ ହରାଇ ହିଙ୍ଗୁଳା ପୀଠ ନିକଟରେ ରାସ୍ତାର ୫ଫୁଟ ତଳକୁ ଓଲଟି ପଡିଥିଲା l ଦୂର୍ଘଟଣାରେ ବସର ଚାଳକ ସାମାନ୍ୟ ଆହତ ହୋଇଥିବାବେଳେ ବସରେ କୌଣସି ଯାତ୍ରୀ ନଥିବା ଜଣାପଡିଛି I ଦୁର୍ଘଟଣା ଖବର ପାଇଁ ସ୍ଥାନୀୟ ଗ୍ରାମବାସୀ ମାନେ ଘଟଣାସ୍ଥଳରେ ପହଁଚି ଗୁରୁତର ହୋଇଥିବା ମୋଟରସାଇକେଲ ଚାଳକଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ l ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ଡାକ୍ତର ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ l ତେବେ ମଦ୍ୟପାନ ଯୋଗୁଁ ଦୁର୍ଘଟଣା ଘଟିଥିବା ନେଇ ଘଟଣାସ୍ଥଳରେ ଉତ୍ତେଜନା ପାଇଥିଲା l ଖବର ପାଇ ବାଗଡିଆ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବସ ଚାଳକ ଗଜପତି ଅଞ୍ଚଳର ଟୁକୁନା ନାଏକଙ୍କୁ ଅଟକ ରଖିଵା ସହିତ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇଥିଲେ l

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Leave a Reply