ମୁଖ୍ୟ ଖବର ଡୋରରେ ଚାପି ହୋଇ ଚାଳକ ମୃତ Angul OnlineFebruary 28, 2021February 28, 2021 ଅନୁଗୁଳ – ଗାଡି ଡୋରରେ ଚାପି ହୋଇ ଚାଳକ ମୃତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ କରଡ଼ାଗାଡିଆ ସ୍ଥିତ ଏକ ଠିକା କ୍ୟାମ୍ପରେ । ମୃତ ଟିପର ଚାଳକ ଜଣଙ୍କ ହେଲେ ଠାକୁରଗଡ଼ ଥାନା ସିଆରିମାଳିଆ ଗ୍ରାମର ଅଶୋକ ମାଝୀ ବୋଲି ଜଣା ପଡିଛି । ସୂଚନା ଅନୁସାରେ ସଜ୍ଜନ ଅଗ୍ରୱାଲ ନାମକ ଜଣେ ଠିକାଦାରଙ୍କା ଏହି ଠିକା କ୍ୟାମ୍ପରେ ଟିପର , ହାଇୱା ଗୁଡ଼ିକ ପାର୍କିଂ ହୋଇଥିଲା । ସକାଳେ ଗାଡିରେ ଚଢିବାକୁ ଅଶୋକ ଡୋର ଖୋଲି ଭିତରକୁ ପ୍ରବେଶ କରିବା ସମୟରେ ସେଠାରେ ଥିବା ଅନ୍ୟ ଏକ ଗାଡ଼ି ହଠାତ୍ ପଛକୁ ଗଡି ଧକ୍କା ଦେଇଥିଲା । ଫଳରେ ଡୋର ମଝିରେ ଚାପି ହୋଇ ଘଟଣା ସ୍ଥଳରେ ଅଶୋକଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ସଦର ଥାନା ପୁଲିସ ଘଟଣା ସ୍ଥଳରୁ ମୃତଦେହ ଜବତ କରି ଅନୁସନ୍ଧାନ ଚଳାଇଛି । Advertisement
ଚଳନ୍ତା ଅଟୋ ଉପରେ ପଡିଲା ଗଛ – ଗର୍ଭବତୀଙ୍କ ସମେତ ଦୁଇ ମୃତ ପାଲଲହଡା – ଅନଗୁଳ ଜିଲ୍ଲା ପାଲଲହଡା ଦେଇ ଯାଇଥିବା ଜାତୀୟ ରାଜପଥ ୧୪୯ର ବାଲିପଶି ଗ୍ରାମ ନିକଟରେ ଏକ ଚଳନ୍ତା ଅଟୋ ଉପରେ ଏକ ବଡ ଗଛ…
ବଡ ଧରଣର ନକଲି କାଗଜପତ୍ର ରାକେଟ ପର୍ଦାଫାସ – ଡି.ଏଲ. , ପ୍ୟାନ କାର୍ଡ , ଆଧାର କାର୍ଡ ଜବତ ତାଳଚେର – ଅନୁଗୁଳ ଜିଲ୍ଲାରେ ସକ୍ରିୟ ହୋଇ ଉଠିଥିବା ଏକ ନକଲି ଜରୁରୀ କାଗଜପତ୍ର ରାକେଟର ପର୍ଦାଫାସ କରିଛି ପୁଲିସ । ନକଲି ଡ୍ରାଇଭିଙ୍ଗ ଲାଇସେନସ ,…
ମୋଟରସାଇକେଲ ସହ କେନାଲରେ ପଡି ଜଣେ ମୃତ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ସରେଇଲୋ ଠାରେ ସମଲ ଦକ୍ଷିଣପାର୍ଶ୍ଵ କେନାଲରେ ଭାରସ୍ୟାମ ହରାଇ ମୋଟରସାଇକେଲ ସହ ତଳକୁ ପଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି…