ମୁଖ୍ୟ ଖବର ଚଣାଗଛ ପାଇଁ ଜଳିଗଲା ଚଳନ୍ତା କାର Angul OnlineFebruary 28, 2021February 28, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜାମୁଣ୍ଡା ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରାସ୍ତାରେ ଶୁଖା ଯାଇଥିବା ଚଣା ଗଛ ଲାଗି ଏକ ଚଳନ୍ତା କାରରେ ନିଆଁ ଲାଗି ଗାଡିର ଇଞ୍ଜିନ ସମ୍ପୂର୍ଣ୍ଣ ଜଳିଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଜାମୁଣ୍ଡା ଆଡୁ ବନ୍ତଳା ଆଡକୁ ଏକ କାର ଆସୁଥିବା ବେଳେ ଗାଁର କେହି ଲୋକ ରାସ୍ତାରେ ଚଣା ସୁଖାଇଥିଲେ । ସେହି ଚଣା ଗାଡିର ଇଞ୍ଜିନରେ ଲାଖି ରହିଥିଲା । ଗାଡିଟି କିଛି ବାଟ ଯିବାପରେ ଇଞ୍ଜିନ ଗରମ ହେବା ଯୋଗୁଁ ଏଥିରେ ନିଆଁ ଧରିଥିଲା । ନିଆଁ ଲାଗି ଇଞ୍ଜିନକୁ ମଧ୍ୟ ଏହି ନିଆଁ ବ୍ୟାପିଥିଲା । ଗାଡିରୁ ନିଆଁ ଓ ଧୂଆଁ ଦେଖି ଲୋକ ଅଟକାଇବା ପରେ ଗାଡିରୁ ଚାଳକ ଓ ବସିଥିବା ଲୋକ ଗାଡି ଛାଡି ବାହାରକୁ ପଳାଇ ଆସିବା ଯୋଗୁଁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ତେବେ ଗାଡିଟିର ଇଞ୍ଜିନ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଏହାର ବନେଟ ଭାଙ୍ଗି ପାଣି ଢାଳିବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା । Advertisement
ବୈତୁରା ହେଲେ ଅନୁଗୁଳ ଉପ-ଜିଲ୍ଲାପାଳ ଅନୁଗୁଳ – ଅନୁଗୁଳ ଉପ ଜିଲ୍ଲାପାଳ ଭାବେ ସୋମବାର ବୈତୁରା ଦିପ୍ ଦାୟିତ୍ବ ଗ୍ରହଣ କରିଛନ୍ତି । ଜିଲ୍ଲାରେ ସେ ସବ୍ ରେଷ୍ଟରଠାରୁ ଆରମ୍ଭକରି ସହକାରୀ ଉପଜିଲ୍ଲାପାଳ…
ଅନୁଗୋଳ ଜିଲ୍ଲା ଟ୍ରକ୍ ମାଲିକ ସଂଘ ନିର୍ବାଚନ – ଦ୍ଵିତୀୟ ଥର ପାଇଁ ଅମ୍ବିକା ସଭାପତି ଅନୁଗୋଳ – ଚଳିତ ୨୦୨୩-୨୫ ବର୍ଷ ପାଇଁ ଅନୁଗୋଳ ଜିଲ୍ଲା ଟ୍ରକ୍ ମାଲିକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ରବିବାର ଦିନ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ…
୨୦୨୩ ଜୁନ ସୁଦ୍ଧା ସରିବ ରାଜପଥ କାମ – ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଭୁବନେଶ୍ଵର – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା କଟକ-ସମ୍ବଲପୁର ଜାତୀୟ ରାଜପଥ ୫୫ର ସଂପ୍ରସାରଣ କାମ ସାରୁ ନାହିଁ । ଯାହା ଫଳରେ ଏହି ରାସ୍ତା ଦେଇ…