ମୁଖ୍ୟ ଖବର ପଞ୍ଚାୟତ ସ୍ତରରେ ହେବ ଜନ ଶୁଣାଣି – ଜିଲ୍ଲାପାଳ ଦେଲେ ନିର୍ଦେଶ Angul OnlineFebruary 6, 2024February 6, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲାର ସମସ୍ତ ବ୍ଲକରେ ଥିବା ପଞ୍ଚାୟତରେ ଏବେ ଲୋକ ନିଜ ଅଭିଯୋଗ କରି ପାରିବେ । ଏଥିପାଇଁ ସପ୍ତାହର ସୋମବାର ଦିନ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ କେବେ କେଉଁ ପଞ୍ଚାୟତରେ ଜନ ଶୁଣାଣି ଶିବିର କରିବେ ସ୍ଥିର କରିବେ । ଏହି ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଏବଂ ସଚେତନତା ଶିବିର କରିବାକୁ ନିର୍ଦେଶ ଦେଇଛନ୍ତି ଅନୁଗୁଳର ନୂତନ ଜିଲ୍ଲାପାଳ ଅବ୍ଦାଲ୍ ମ.ଅଖତାର୍ । ଏଭଳି ଜନ ଶୁଣାଣି ଶିବିର କରିବାକୁ ସେ ନିର୍ଦେଶ ଦେବା ସହ ଏହି ଶିବିରରେ ଗୋଷ୍ଠୀ ଉନ୍ନୟ ଅଧିକାରୀ ସମେତ ତହସିଲଦାର , ଆସିଷ୍ଟାଣ୍ଡ ଇଞ୍ଜିନିୟର , ଜୁନିଅର ଇଞ୍ଜିନିୟର , ସିଡିପିଓ , ମେଡ଼ିକାଲ ଅଫିସର , ପଶୁ ଚିକିତ୍ସକ , ବ୍ଲକ ଶିକ୍ଷା ଅଧିକାରୀ , ମତ୍ସବିଭାଗ ଅଧିକାରୀ , ମିଶନ ଶକ୍ତି ଅଧିକାରୀ ସମେତ ଅନ୍ୟ ବ୍ଲକ ଅଧିନସ୍ଥ ଅଧିକାରୀ ମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣି ସମାଧାନ କରିବାକୁ ନିର୍ଦେଶ ଦେଇଛନ୍ତି । ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ତୁରନ୍ତ ସମାଧନା କରିବା ସହ ସ୍ୱଚ୍ଛ ଭାରତ , ବର୍ଜ୍ୟବସ୍ତୁ ପରିଚାଳନା , ବାଲ୍ୟ ବିବାହ , ମିଶନ ଶକ୍ତି , କୃଷି ସମ୍ବନ୍ଧୀୟ , ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଓ ମାତୃ ସ୍ୱାସ୍ଥ୍ୟ ଆଦି ସମ୍ପର୍କରେ ସଚେତନତା କରିବାକୁ ଗୁରୁତ୍ୱ ଦେଇଛନ୍ତି । ଏହି ଶିବିର ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ନିକଟସ୍ଥ ସ୍କୁଲ , ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରି ସେଠିକାର ଶୌଚାଳୟ , ଆସବାବପତ୍ର , ବିଦ୍ୟୁତ ଏବଂ ଖାଦ୍ୟର ମାନ ଜାଞ୍ଚ କରିବେ । ଏହା ସହ ଗାଁକୁ ଯୋଗାଣ ହେଉଥିବା ପାଣିର ମାନ ମଧ୍ୟ ଦେଖିବେ । ଏହା ସହ ଆହୁରି ଅନେକ ସରକାରୀ ଯୋଜନାକୁ ଲୋକଙ୍କ ପାଖରେ କିଭଳି ପହଞ୍ଚା ଯାଇ ପାରିବ ସେ ନେଇ ଯଥାସାଧ୍ୟ ଚେଷ୍ଟା କରିବାକୁ ସେ ନିର୍ଦେଶ ଦେଇଛନ୍ତି । Advertisement
ଦୂର୍ଘଟଣା ପରେ ନାଳରେ ପଡିଲା ଗାଡି – ଚାଳକ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ସମଲ ବ୍ୟାରେଜ୍ ଦକ୍ଷିଣ ଶାଖା କେନାଲ ରୋଡର ଗୁରୁଜାଙ୍ଗ- ଜନ୍ଦାବାହାଳ ବଙ୍ଗାରୁ ଜୁର ନିକଟରେ ୩୦ ଫୁଟ କେନାଲ ତଳକୁ…
ସହିଦ ରାଣା ପ୍ରତାପଙ୍କୁ ଝୁରୁଛି ଜନ୍ମମାଟି ତାଳଚେର ଅନୁଗୁଳ -ତାମିଲନାଡୁରେ ସେନା ହେଲିକପ୍ଟର କ୍ରାସ୍ରେ ମୃତ୍ୟୁବରଣ କରିଥିବା ଯବାନଙ୍କ ମଧ୍ୟରେ ରହିଛନ୍ତି ଜଣେ ଓଡ଼ିଆ ଯବାନ। ସହିଦ ଯବାନ ତାଳଚେର କଣ୍ଢାଳ ପଞ୍ଚାୟତ କୃଷ୍ଣଚନ୍ଦ୍ରପୁର ଗାଁର…
ବିଲରେ ଚାଷୀଙ୍କୁ ଦଳିଦେଲା ହାତୀ ଅନୁଗୁଳ – ଧାନ ବିଲରେ କାମ କରୁଥିବା ବେଳେ ଦଳି ମାରିଲା ଦନ୍ତI ହାତୀ I ଏଭଳି ଅଭାବନୀୟ ଘଟଣା ଘଟିଛି, ଅନଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡ…