ପ୍ରେମିକା ଘରେ ନିଜ ହାତ କାଟିଲା ପ୍ରେମିକ – ଚିକିତ୍ସାଧିନ ଅବସ୍ଥାରେ ମୃତ

ପ୍ରେମିକା ଘରେ ନିଜ ହାତ କାଟିଲା ପ୍ରେମିକ – ଚିକିତ୍ସାଧିନ ଅବସ୍ଥାରେ ମୃତ

ଅନୁଗୁଳ – ପ୍ରେମିକାକୁ ପାଇବା ପାଇଁ ପ୍ରେମିକା ଘରକୁ ଗଲା ପ୍ରେମିକ , ହେଲେ ପ୍ରେମିକାଙ୍କ ପରିବାର ପକ୍ଷରୁ ସୀକୃତି ନ ମିଳିବାରୁ ଧାରୁଆ ଅସ୍ତ୍ରରେ ନିଜ ହାତ କାଟି ଦେଇଥିଲା । ଗୁରୁତର ଅବସ୍ଥାରେ ପ୍ରେମିକକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା , ହେଲେ ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ଯୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା ଖମାର ଥାନା ଅଞ୍ଚଳରେ ଘଟିଛି । ସୁଚନା ଅନୁସାରେ ସୁଜିତ ବେହେରା ନାମକ ଜଣେ ୩୨ ବର୍ଷୀୟ ଯୁବକ ତାଙ୍କ ଘର ପାଖ ଜଣେ ଯୁବତୀକୁ ଭଲ ପାଉଥିଲେ । ହେଲେ ଯୁବକଙ୍କ ପ୍ରେମକୁ ଯୁବତୀଙ୍କ ପରିବାର ଗ୍ରହଣ କରୁ ନଥିଲେ । ଏଥିପାଇଁ ଆଜି ମଧ୍ଯାହ୍ନରେ ଯୁବତୀଙ୍କ ଘରକୁ ଯାଇ ନିଜ ପ୍ରେମକୁ ପାଇବାକୁ ଚେଷ୍ଟା କରିଥିଲେ । ଯୁବତୀଙ୍କ ପରିବାର ତାଙ୍କ ପ୍ରସ୍ତାବରେ ଅମଙ୍ଗ ହେବାରୁ ହଠାତ ଯୁବକ ଜଣଙ୍କ ଉତକ୍ଷିପ୍ତ ହେବା ସହ ନିଜ ପକେଟରୁ ଏକ ଧାରୁଆ ଅସ୍ତ୍ର କାଢି ନିଜ ବାମ ହାତକୁ କାଟି ପକାଇଥିଲେ । ପ୍ରବଳ ରକ୍ତସ୍ରାବ ହେଉଥିବା ଦେଖି ଯୁବତୀଙ୍କ ପରିବାର ସୁଜିତଙ୍କୁ ଉଦ୍ଧାର କରି ଖମାର ଡାକ୍ତରଖାନାରେ ଭର୍ତ୍ତି କରିବା ସହ ସୁଜିତଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ସେଠାରେ ସୁଜିତଙ୍କ ଅବସ୍ଥା ଶଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ଯୁ ହୋଇଥିଲା । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏ ନେଇ ଥାନାରେ କୌଣସି ପ୍ରକାର ଅଭିଯୋଗ ହୋଇ ନଥିବା ଜଣା ପଡିଛି ।

What’s your Reaction?
+1
0
+1
0
+1
0
+1
0
+1
4
+1
1
+1
1

Leave a Reply