ସ୍ୱାସ୍ଥ୍ୟ ପୋକତୁଙ୍ଗା ସ୍ୱାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ରକୁ ମିଳିଲା ଜାତୀୟ ଗୁଣବତ୍ତା ମାନକ ପ୍ରମାଣ ପତ୍ର Angul OnlineFebruary 13, 2024February 13, 2024 ଅନୁଗୁଳ – ଅନୁଗୁଳ ବ୍ଲକ ପୋକତୁଙ୍ଗା ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ରକୁ ମିଳିଲା ଗୁଣବତ୍ତା ନିଶ୍ଚିତତା ମାନକ ପ୍ରମାଣ ପତ୍ର । ଜନସ୍ୱାସ୍ଥ୍ୟ ସେବାରେ ଗୁଣାତ୍ମକ ମାନ ବୃଦ୍ଧି ସହ ରୋଗୀ ଅଧିକାର,ଗୋଷ୍ଠୀ ସ୍ତରୀୟ କ୍ଲିନିକାଲ୍ ସେବା,ସଂକ୍ରମଣ ନିୟନ୍ତ୍ରଣ, ସେବା ଗୁଡିକରେ ଉଲ୍ଲେଖନିୟ କାର୍ଯ୍ୟ ପାଇଁ ମିଳିଛି ଏହି ଜାତୀୟ ସ୍ୱୀକୃତି । ଯାହାକି ଗୋଷ୍ଠୀ ସ୍ତରୀୟ ସ୍ୱାସ୍ଥ୍ୟ ବିକାଶର ଜାତୀୟ ସ୍ତର ମାନଦଣ୍ଡ ପୂରଣ କରିଛି । କିଛି ଦିନ ତଳେ ଜାତୀୟ ସ୍ତରୀୟ ଏକ ଟିମ ଏହି କେନ୍ଦ୍ରକୁ ଆସି ଆକଳନ କରି ସନ୍ତୋଷ ପ୍ରକାଶ କରିଥିଲେ । ଏହି ସ୍ୱୀକୃତି ମିଳିଲା ପରେ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀଙ୍କ ମଧ୍ୟରେ ଆନନ୍ଦର ଲହର ଖେଳି ଯାଇଛି । ପୋକତୁଙ୍ଗା ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ସମେତ ସମସ୍ତ ଆଶା କର୍ମୀ ,ଅଙ୍ଗନବାଡ଼ି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗ୍ରାମର ବୁଦ୍ଧିଜୀବୀ ଖୁସି ବ୍ୟକ୍ତ କରିଛନ୍ତି । Advertisement
ବଢିଛି କୋଭିଡ ହସ୍ପିଟାଲ ଓ କେୟାର ସେଣ୍ଟର ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ହ୍ରାସ ପାଇଛି । ଜିଲ୍ଲାରେ କୋଭିଡର ସଠିକ ପରିଚାଳନା ଓ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ…
ନେହେରୁ ଶତାଦ୍ଦୀ ହସ୍ପିଟାଲରେ କାର୍ଯ୍ୟକ୍ଷମ ହେଲା କୋଭିଡ୍ ହସ୍ପିଟାଲ୍ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ନେହେରୁ ଶତାବ୍ଦୀ ସେଣ୍ଟ୍ରାଲ୍ ହସ୍ପିଟାଲରେ କାର୍ଯ୍ୟକ୍ଷମ ହେଲା ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ୍ । ଏହାର ପରିଚାଳକ ସମ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ…
ବଦଳିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭୁବନେଶ୍ଵର -(ANGULONLINE)- ଅନୁଗୁଳ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଅଭୟ କୁମାର ଦାସଙ୍କର ବଦଳି ହୋଇଛି । ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ବଦଳି କରା କରାଯାଇଥିବା…