ଆଞ୍ଚଳିକ ଗାଁ ନିକଟରେ ବୁଲୁଛି କ୍ଷତାକ୍ତ ଦନ୍ତା ହାତୀ – ଆତଙ୍କିତ ସ୍ଥାନୀୟ ଲୋକେ Angul OnlineFebruary 16, 2024February 16, 2024 ଛେଣ୍ଡିପଦା – ଗାଁ ନିକଟରେ ବୁଲୁଛି କ୍ଷତାକ୍ତ ଦନ୍ତା ହାତୀ । ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକେ । ଗତ ଦୁଇ ଦିନ ହେଲା ଛେଣ୍ଡିପଦା ବନାଞ୍ଚଳ ବାଗଡ଼ିଆ ଅଂଚଳରେ ଏକ ଗୋଠଛଡ଼ା ଦନ୍ତା ହାତୀ ବୁଲୁଥିବା ବେଳେ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି । ଆଜି(ଶୁକ୍ରବାର୍)ଏହି ହାତୀଟି ଟାଙ୍ଗିରୀ ପଞ୍ଚାୟତର ପୁରୁଣାଗଡ଼ ଅଞ୍ଚଳର ରାସ୍ତା କଡରେ ସକାଳୁ ବୁଲୁଛି । ଫଳରେ ସେହି ରାସ୍ତାରେ ଯିବା ଆସିବା କରିବାକୁ ମଧ୍ୟ ଲୋକ ଭୟ କରୁଛନ୍ତି । ତେବେ ହାତୀଟିର ମୁଣ୍ଡରେ ଏକ ଗଭୀର କ୍ଷତ ଦେଖା ଯାଇଛି । ସେହି କ୍ଷତରୁ ରକ୍ତ ଝରୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଦୁଇଦିନ ହେଲା ଏଭଳି ଅବସ୍ଥାରେ ହାତୀଟି ବୁଲୁଥିବା ବେଳେ ବନ ବିଭାଗର ତଳିଆ କର୍ମଚାରୀ ମାନେ କେବଳ ଜଗି ରହିଥିଲେ । ଖବର ପାଇ ପରେ ବନ ବିଭାଗ ଅଧିକାରୀ ମାନେ ପହଞ୍ଚି ହାତୀର କ୍ଷତ ଥିବା ବରିଷ୍ଠ ଅଧିକାରିଙ୍କୁ ସୁଚନା ଦେଇଥିଲେ । ସୁଚନା ପାଇ ଅନୁଗୁଳରୁ ଏକ ଡାକ୍ତରୀ ଟିମ ଏବଂ ଟ୍ରାଙ୍କୁଲାଇଜ ଟିମ ପହଞ୍ଚିଥିଲା । ତେବେ ସଂଧ୍ଯା ସୁଧା ହାତୀ ଉପରେ କେବଳ ନଜର ରଖା ଯାଇଥିଲା । ବନ ବିଭାଗ କହିବା କଥା ପରିସ୍ଥିତି ଉପରେ ନଜର ରଖା ଯାଇଛି । ଆବଶ୍ଯକ ପଡିଲେ ଟ୍ରାଙ୍କୁଲାଇଜ କରି ଚିକିତ୍ସା ପାଇଁ ବ୍ଯବସ୍ଥା କରାଯିବ । ତେବେ କ୍ଷତାକ୍ତ ହାତୀର ଚିକିତ୍ସା ନ କଲେ ସେ ଆହୁରି ଭୟଙ୍କର ହୋଇପାରେ ବୋଲି ସ୍ଥାନୀୟ ଲୋକ ଆଶଙ୍କିତ ଅବସ୍ଥାରେ ଅଛନ୍ତି । Advertisement
ଲାବୋରେଟାରୀ ଟେକ୍ନିସିଆନଙ୍କ କଳାବ୍ୟାଜ ପରିଧାନ ଅନୁଗୁଳ – ଅନୁଗୁଳ ମେଡିକାଲ ଲାବୋରେଟାରୀ ଟେକ୍ନିସିଆନ ସଂଘ ପକ୍ଷରୁ ବିଭିନ୍ନ ଦାବୀ ନେଇ ରବିବାରଠାରୁ କଳା ବ୍ୟାଜ୍ ପିନ୍ଧିଛନ୍ତି । କ୍ୟାଡର ରୁଲ୍ ରେ ପରିବର୍ତ୍ତନ,…
ମୋଟରସାଇକେଲକୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ବଲେରୋ ଛେଣ୍ଡିପଦା – ଅନୁଗୋଳ-ଦେବଗଡ ଜିଲ୍ଲା ସୀମାନ୍ତ ଟିକିରା ପୋଲ ନିକଟରେ ଏକ ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ଏକ ମୋଟରସାଇକେଲକୁ ଧକ୍କା ଦେଇ ଏକ…
ବିଦ୍ୟୁତ ଆଘାତରେ ଦନ୍ତା ହାତୀ ମୃତ ଅନୁଗୁଳ – ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ତଳଗଡ଼ ଗାଁ ନିକଟ ଜଙ୍ଗଲରେ ଏକ ଦନ୍ତାହାତୀର ମୃତ ଦେହ ପଡିଥିବା ଶୁକ୍ରବାର ଦେଖିବାକୁ ମିଳିଛି ।…