ମୁଖ୍ୟ ଖବର ମୋବାଇଲ ଗେମରେ ହାରି ନିଜ ତଣ୍ଟି କାଟିଲେ ଯୁବକ Angul OnlineFebruary 17, 2024February 17, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଜେରେଙ୍ଗ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ସୌମ୍ୟରଞ୍ଜନ ନାୟକ ନାମକ ଜଣେ ଯୁବକ ମୋବାଇଲ ଫୋନରେ ଗେମ୍ ଖେଳୁଥିବା ବେଳେ ସେଥିରେ ହାରିଯାଇ ନିଜ ବେକ ନିଜେ କାଟି ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୁଚନା ଅନୁସାରେ ଜେରେଙ୍ଗ ଗ୍ରାମର ଅଚ୍ୟୁତାନନ୍ଦ ନାଏକଙ୍କ ପୁଅ ସୌମ୍ୟରଞ୍ଜନ ନାୟକ (୨୪) ଗତକାଲି ଦିନ ମୋବାଇଲ ଫୋନରେ ଫ୍ରି ଫାୟାର ଗେମ୍ ଖେଳୁଥିଲେ । ତେବେ ସେଥିରେ ସେ ତିନି ଥର ହାରି ଯାଇଥିଲେ । ତିନି ଥର ହାରିଯିବା ଫଳରେ ନିଜ ହିତାହିତ ଜ୍ଞାନ ଭୁଲି ଏକ ବ୍ଲେଡ୍ ଧରି ନିଜ ବେକକୁ ନିଜେ କାଟି ଦେଇଥିଲେ । ଫଳରେ ସେ ଗୁରୁତର ହୋଇ ପଡିଥିଲେ । ପରିବାର ଲୋକେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏଠାରେ ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣା ପଡିଛି । Advertisement
ବଦଳିଲେ ଜିଲ୍ଲା ଶିକ୍ଷାଧିକାରୀ ଅନୁଗୋଳ – ଅନୁଗୋଳ ଜିଲ୍ଲା ଶିକ୍ଷାଧିକାରୀଙ୍କ ବଦଳି ହୋଇଛି । ଓଡିଶା ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ହୋଇଥିବା ବଦଳି ନିର୍ଦେଶ ଅନୁଯାୟୀ…
ହାତୀ ଆକ୍ରମଣରେ ବୃଦ୍ଧ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ପୁଣି ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ବନ୍ତଳା ରେଞ୍ଜ କନ୍ତମେଘ ଗାଁରେ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ…
ଡଙ୍ଗା ଓଲଟି ଜଣେ ମୃତ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଚାଷଗୁରୁଜାଙ୍ଗ ପଞ୍ଚାୟତ ସୁସବ ଗ୍ରାମ ନିକଟରେ ଥିବା ରେଙ୍ଗାଳି ଡ୍ୟାମର ଜଳଭଣ୍ଡାରକୁ ମାଛ ମାରିବାକୁ ଯାଇଥିବା ବେଳେ…