ମୁଖ୍ୟ ଖବର ଜାତୀୟ ରାଜପଥରେ ମାସେ ପାଇଁ ନୋ ଏଣ୍ଟ୍ରି Angul OnlineFebruary 19, 2024February 19, 2024 ଅନୁଗୁଳ – ଅନୁଗୁଳ ସହର ଦେଇ ଯାଇଥିବା ଜାତୀୟ ରାଜପଥ ୫୫ର ରନ୍ତଲେଇଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି । ଯାହା ଫଳରେ ଏହି ରାଜପଥ ଉପରେ ଯିବା ଆସିବା କରିବା ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିଥିବା ବେଳେ ପ୍ରତ୍ୟେକ ଡିବି ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ। ଏଥିପାଇଁ ରନ୍ତଲେଇଠାରୁ ବଅଁରପାଳ ପର୍ଯ୍ୟନ୍ତ ରାଜପଥର ମରାମତି ନିତ୍ୟାନ୍ତ ଆବଶ୍ୟକ ଥିବା ବେଳେ ଏହାକୁ ମରାମତି କରିବା ପାଇଁ ଗତ ୧ ତାରିଖରେ ପ୍ରଶାସନ ପକ୍ଷରୁ ରନ୍ତଲେଇ ଏବଂ ବଅଁରପାଳ ଠାରେ ନୋ ଏଣ୍ଟ୍ରି ଲାଗୁ କରା ଯାଇଥିଲା। ସକାଳ ୯ ଟାରୁ ସନ୍ଧ୍ୟା ୮ ଟା ପର୍ଯ୍ୟନ୍ତ ଏହି ରାସ୍ତାରେ ଭାରିଯାନ ଚଳାଚଳ ନିଷେଧ କରାଯାଇଥିଲା । ତେବେ ଏହି ୧୫ ଦିନରେ ରାସ୍ତା ମରାମତି କାମ ବିଶେଷ ଭାବେ ଆଗେଇ ପାରିନାହିଁ । ଏହାକୁ ଆଖି ଆଗରେ ରଖି ଜିଲ୍ଲାପାଳ ଅବ୍ଦାଲ୍ ମ.ଅଖତାର୍ ଆଉ ଏକ ମାସ ନୋ ଏଣ୍ଟ୍ରି ଅବଧିକୁ ବୃଦ୍ଧି କରିଛନ୍ତି । ପୂର୍ବ ନିୟମ ଲାଗୁ ରହିବା ବେଳେ ଥାନା ଅଧିକାରୀ ମାନେ ଏହା ଉପରେ ଦୃଷ୍ଟି ଦେବାକୁ ନିର୍ଦେଶ ଦିଆ ଯାଇଛି । Advertisement
ଦୁର୍ଘଟଣାରେ ଦୁଇ ମୃତ – ତିନି ଗୁରୁତର ଅନୁଗୁଳ – ଦୁଇଟି ଭିନ୍ନ ଭିନ୍ନ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ…
ବ୍ୟାଟେରୀ ଚାଳିତ ସ୍କୁଟିରୁ ଅଗ୍ନିକାଣ୍ଡ – ଜଳିଗଲା ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋ କୋଲୋନୀ ପରିସରରେ ଆଜି ଏକ ବ୍ୟାଟେରୀ ଚାଳିତ ଗାଡ଼ିରେ ନିଆଁ ଲାଗି ଘର ଭିତରକୁ ବ୍ୟାପିଯିବା ଫଳରେ ସମସ୍ତ ଆସବାବପତ୍ର…
ବଜ୍ରପାତରେ ଜଣେ ଏବଂ ଗଛରୁ ପଡି ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମରେ ବଜ୍ରପାତ ଘଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ…