ମୁଖ୍ୟ ଖବର ଅବସରପ୍ରାପ୍ତ ଲାଞ୍ଚୁଆ ବାବୁଙ୍କୁ କାରାଦଣ୍ଡାଦେଶ Angul OnlineFebruary 26, 2024February 26, 2024 ଅନୁଗୁଳ – ୨୦୧୨ ମସିହା ଜୁନ ମାସ ୧ ତାରିଖରେ ଲାଞ୍ଚ ନେଇ ଧରାପଡ଼ିଥିବା ଅନୁଗୁଳ ଏଡିଏମ୍ଓ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣି ରାଜେନ୍ଦ୍ର କୁମାର ଦାସଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଭିଜିଲାନ୍ସ ଅଦାଲତ । ତାଙ୍କୁ ୩ ବର୍ଷ ଜେଲ୍ଦଣ୍ଡ ସହ ୫ ହଜାର ଟଙ୍କା ଜୋରିମନା କରାଯାଇଛି । ସୂଚନା ଅନୁସାରେ, ଜଣେ ଅବସରପ୍ରାପ୍ତ ପାରା ମେଡିକାଲ କର୍ମଚାରୀଙ୍କ ପେନ୍ସନ କାଗଜପତ୍ର କରାଇବା ପାଇଁ ସେ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତ୍ରେ ଧରା ପଡ଼ିଥିଲେ । ପରେ ଭିଜିଲାନ୍ସ ତାଙ୍କ ବିରୋଧରେ ଚାର୍ଜସିଟ୍ କରିଥିଲା । ଏହି ମାମଲାର ବିଚାର କରି ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଏହି ରାୟ ଶୁଣାଇଛନ୍ତି । Advertisement
ମାତୃ ଦିବସରେ ମା’ର ଅମାନୁଷିକତା – ବୁଦା ମୂଳରୁ ନବଜାତକ ଶିଶୁକନ୍ୟା ଉଦ୍ଧାର ଅନୁଗୁଳ – ଆଜି ବିଶ୍ଵ ମାତୃ ଦିବସ । ହେଲେ ଏହି ମାତୃ ଦିବସରେ ଜଣେ ମା‘ ତାର ନବଜାତ ଶିଶୁ କନ୍ୟାକୁ ଫୋପାଡି ଦେଇ ଚାଲିଯିବା…
କୂଅରେ ପଡିଥିବା ଶିଶୁକୁ ଉଦ୍ଧାର କରିବାକୁ ଯାଇ ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଶିମିଳିପାଳ ଗାଁରେ ଅଘଟଣ । କୂଅରେ ପଡିଥିବା ଶିଶୁକୁ ଉଦ୍ଧାର କରିବାକୁ ଯାଇ ଜଣଙ୍କର ମୃତ୍ୟୁ ହୋଇଛି ।…
ଲାଞ୍ଚ ମାଗିବାର ଅଡିଓ ଭାଇରାଲ – ଭୋଟର ତାଲିକାରେ ନାମ ଚଢେଇବା ପାଇଁ ଲାଞ୍ଚ ମାଗୁଛନ୍ତି ଜିପିଓ (Video) ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକରେ କାର୍ଯ୍ୟରତ ଜିପିଇଓ ଭାସ୍କର ବେହେରା ଭୋଟର ତାଳିକାରେ ଥିବା ତୃଟିକୁ ସୁଧାରିବାକୁ ନେଇ ଲାଞ୍ଚ ଦାବି କରୁଥିବା ଅଡ଼ିଓ…