ମୁଖ୍ୟ ଖବର ସାତକୋଶିଆ ହେଲା ବାଘ ଶୂନ୍ଯ !! Angul OnlineFebruary 26, 2024February 26, 2024 ଅନୁଗୁଳ – ୨୦୨୩-୨୪ ରେ ବାଘ ଗଣନା ରିପୋର୍ଟ ପ୍ରକାଶ କରିଛି ୱାଇଲ୍ଡ ଲାଇଫ ଓଡିଶା । ଏହି ରିପୋର୍ଟ ଅନୁସାରେ ଓଡିଶାରେ ଗୋଟିଏ ନେସନାଲ ପାର୍କ , ଗୋଟିଏ ପ୍ରସ୍ତାବିତ ନେସନାଲ ପାର୍କ ଏବଂ ୧୯ ଟି ବନ୍ଯଜନ୍ତୁ ଅଭୟାରଣ୍ଯ ରହିଛି । ଏହି ସବୁ ଅଞ୍ଚଳରେ କ୍ଯାମେରା ଟ୍ରାପ ମାଧ୍ଯମରେ ଗଣନା କରା ଯାଇଥିବା ବେଳେ ଏହି ଗଣନା ଅନୁସାରେ ରାଜ୍ୟରେ ମୋଟ ବାଘ ସଂଖ୍ୟା ୩୮ ରହିଛି । ଏମାନଙ୍କ ମଧ୍ଯରେ ୨୭ ଟି ବାଘ କ୍ଯାମେରାରେ ଟ୍ରାପ ହୋଇଥିବା ବେଳେ ୩ ଟି ଶିମିଳିପାଳ ଅଞ୍ଚଳରେ ଚିହ୍ନଟ ହୋଇଛନ୍ତି । ଏହା ସହ ୮ ଟି ବାଘ ଶାବକ ଥିବା ୱାଇଲ୍ଡ ଲାଇଫ ସ୍ପଷ୍ଟ କରିଛି । ତେବେ ଏହି ସବୁ ବାଘ ଓ ବାଘୁଣି ଶିମିଳିପାଳ , କେନ୍ଦୁଝର , ପାରଳାଖେମୁଣ୍ଡି ଓ ହିରାକୁଦ ଅଞ୍ଚଳରେ ଦେଖିବାକୁ ମିଳିଛି । ତେବେ ସାତକୋଶିଆରେ କୌଣସି ବାଘ ନଥିବା ସ୍ପଷ୍ଟ କରିଛି ୱାଇଲ୍ଡ ଲାଇଫ । Advertisement
ସିଙ୍ଗରେଣୀ ଖଣି ପାଇଁ ଗଛ କଟାକୁ ବିରୋଧ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳର ଛେଣ୍ଡିପଦା ସଂରକ୍ଷିତ ଜଙ୍ଗଲରେ ଗଛକଟା ଚାଲିଥିବା ବେଳେ ଥଳିପଶି ଓ କରଡବହାଳର ଗ୍ରାମବାସୀ ଏହାକୁ ବିରୋଧ କରିବା ସହିତ…
ଜିଲ୍ଲାରେ ଛାତ୍ରୀଙ୍କ ତୁଳନାରେ ଅଧିକ ଛାତ୍ର ପାସ ଅନୁଗୋଳ – ମାଧ୍ୟମିକ ଶିକ୍ଷା ପରିଷଦ ( ବୋର୍ଡ଼ ) ପକ୍ଷରୁ ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ଗୁରୁବାର ପୂର୍ବାହ୍ନରେ ପ୍ରକାଶ ପାଇଛି । ତେବେ ଏହି…
ଦୁର୍ଘଟଣାରେ ତିନି ମୋଟରସାଇକେଲ ଆରୋହି ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ଦେଇ ଜାତୀୟ ରାଜପଥ 55ରେ ସଡ଼କ ଦୁର୍ଘଟଣା । ଏକ ପରିବା ବୋଝେଇ ପିକ ଅପ ଭ୍ୟାନ ଧକ୍କାରେ 3 ଜଣଙ୍କ…