ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜେଡିର ଯୁବ ସଭାପତି ତଥା ବସୁଧା ଜଳ ଯୋଗାଣ(ଗ୍ରାମ୍ଯ) ଉପଦେଷ୍ଟା ଦିନେଶ ପ୍ରଧାନ ଓ କଂଗ୍ରେସ ଛାଡି ନୁଆଁ କରି ବିଜୁ ଜନତା ଦଳରେ ସାମିଲ ହୋଇଥିବା ବରିଷ୍ଠ ନେତା ବିପ୍ଲବ ଜେନାଙ୍କୁ ଦଳ ନୁଆଁ ଦାୟୀତ୍ୱ ଦେଇଛି । ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏ ନେଇ ଆଜି ନିର୍ଦେଶ ଜାରି କରିଛନ୍ତି । ବରିଷ୍ଠ ନେତା ବିପ୍ଲବ ଜେନାଙ୍କୁ ରାଜ୍ଯ ସାଧାରଣ ସମ୍ପାଦକ ଦାୟୀତ୍ୱ ମିଲିଥିବା ବେଳେ ଦିନେଶ ପ୍ରଧାନଙ୍କୁ କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳର ସହ ସଂଯୋଜକ ଭାବେ ଦାୟୀତ୍ୱ ଦିଆ ଯାଇଛି ।
What’s your Reaction?
+1
1
+1
1
+1
+1
1
+1
6
+1
2
+1
4