ରାଜନୀତି ବିଜେଡିର ମିଶ୍ରଣ ସଭା – ଯୋଗଦେଲେ ବହୁ ବିଜେପି କର୍ମୀ Angul OnlineMarch 1, 2021March 1, 2021 ଅନୁଗୁଳ – ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅନୁଗୁଳ ପୌରପାଳିକାର ୱାର୍ଡ ୮ ଏବଂ ୱାର୍ଡ ୯ ରୁ ବହୁ ସଂଖ୍ୟାରେ ଭାରତୀୟ ଜନତା ପାର୍ଟିର କର୍ମୀ ଭବାନୀ ଶଙ୍କର ପ୍ରଧାନ(ଲିପୁ)ଙ୍କ ନେତୃତ୍ୱରେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ , ନିର୍ମଳ ଭାବମୂର୍ତି , ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ ଓଡିଶାର ବିକାଶଧାରାକୁ ଆଧାର କରି ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ଆଜି ଏଥିପାଇଁ ଜିଲ୍ଲା କଳାକେନ୍ଦ୍ର ଠାରେ ଏକ ମିଶ୍ରଣ ସଭାର ଆୟୋଜନ କରାଯାଇଥିଲା । ବିଜେଡି ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ ସଭାର ସଭାପତିତ୍ୱ କରିଥିଲେ । ଯୁବ ନେତା ତପନ ତ୍ରିପାଠୀ , ବିଜୁ ଯୁବ ଜନତା ଦଳ ରାଜ୍ୟ ଉପସଭାପତି ସୁଜିତ ଦ୍ବିବେଦୀ, ଅଜିତ ଦ୍ବିବେଦୀ, ବିଶ୍ୱରଞ୍ଜନ ସାହୁ, ସରୋଜ ନାଏକ, ଯୋଗେଶ ପ୍ରଧାନ, ତପନ ସିଂହ ସାମନ୍ତ, ବଳରାମ ଜେନା, ରଞ୍ଜିତ ମାଣ୍ଡୋଠିଆ, କୈଳାଶ ମୋଦି, ସତ୍ୟନନ୍ଦ ଦଳବେହେରା, ବୃନ୍ଦାବନ ସ୍ୱାଇଁ, ଗୋପବନ୍ଧୁ ନାଏକ, ପ୍ରଭାତ ପ୍ରଧାନ, ପବନ ମାଣ୍ଡୋଠିଆ, ଶକ୍ତି ମିଶ୍ର ପ୍ରମୁଖ ଉପସ୍ଥିତ ରହି ମିଶ୍ରଣ ପର୍ବକୁ ସଫଳ କରିଥିଲେ । ଆସନ୍ତା ପୌର ନିର୍ବାଚନ ପୂର୍ବରୁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ବିବେଚନା କରାଯାଇଛି । Advertisement
ଦ୍ଵିତୀୟ ଥର ପାଇଁ ମହେନ୍ଦ୍ର ସଭାପତି , ଦିନେଶ୍ ଯୁବ ବିଜେଡି ସଭାପତି ଅନୁଗୋଳ – ଅନୁଗୋଳ ଜିଲ୍ଲା ସଭାପତି ଚୟନ ନେଇ ବିଜେଡି ଭିତରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । କ୍ରମାଗତ ଦ୍ବିତୀୟ ଥର ପାଇଁ ମହେନ୍ଦ୍ର ବସ୍ତିଆଙ୍କୁ…
ଆଠମଲ୍ଲିକ ବିଜେଡିକୁ ବିଦ୍ରୋହ ଭୟ – ଦିଲେଶ୍ଵରଙ୍କ ଭରସାରେ ବିଜେପି ଅନୁଗୋଳ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ରାଜନୀତି ଏବେ ଜଟିଳ ପରିସ୍ଥିତିରେ । ନୀର୍ବାଚନ ମଣ୍ଡଳୀରେ ବିଜେଡି ଫାଳ ଫାଳ ହୋଇ ରହିଥିବା ବେଳେ ବର୍ତ୍ତମାନ ଦଳରେ…
କୋଭିଡ ଟେଷ୍ଟିଙ୍ଗ ପାଇଁ ଜନ ଜାଗରଣ ସୃଷ୍ଟି କରିବ ବିଜେପି ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜେପି ତରଫରୁ ରାଜ୍ୟ ସଂଗଠନର ପ୍ରସ୍ତାବ କ୍ରମେ ସମଗ୍ର ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଟିମ ଗଠନ କରାଯାଇଛି । ଜିଲ୍ଲା…