ମୁଖ୍ୟ ଖବର ବୁଢୀ ଠାକୁରାଣୀ ଛକରେ ଟ୍ରକ ଧକ୍କାରେ ଜଣେ ମୃତ – ଜାଳିଦେଲେ ଟ୍ରକ Angul OnlineMarch 12, 2024March 12, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ରେ ଦୁର୍ଘଟଣା ଘଟି ପୁଣି ଜଣଙ୍କର ଜୀବନ ଯାଇଛି ।ଅନୁଗୁଳ ସହରର ଅନୁଗୁଳ ହାଇସ୍କୁଲ ସମ୍ମୁଖରେ ଟ୍ରକ ଧକ୍କାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତ୍ୟକ୍ତ ଲୋକ ଟ୍ରକରେ ନିଆଁ ଲଗାଇ ଦେଇଥିଲେ । ସୂଚନା ଅନୁସାରେ ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ଅନୁଗୁଳ ହାଇସ୍କୁଲ ସମ୍ମୁଖରେ ରାତି ପ୍ରାୟ ୧୨ ଟା ବେଳେ ଏକ ଟ୍ରକ ଧକ୍କା ଦେବା ଫଳରେ ମୋଟରସାଇକେଲରେ ଯାଉଥିବା ହୁଲୁରିସିଂହା ଗ୍ରାମର ବିଶ୍ୱଜିତ୍ ନନ୍ଦଙ୍କର ମୃତ୍ୟୁ ହୋଇଥିଲା। ସେ ଗାନ୍ଧୀ ପାର୍କ ପଛ ପଟରେ ଏକ ପାନ ଦୋକାନ କରିଥିଲେ । ରାତିରେ ଦୋକାନ ବନ୍ଦ କରି ମୋଟରସାଇକେଲ ଯୋଗେ ଘରକୁ ଯାଉଥିବା ବେଳେ କଟକ ଅଞ୍ଚଳରୁ ସମ୍ବଲପୁର ଅଞ୍ଚଳକୁ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ ହାଇସ୍କୁଲ ସମ୍ମୁଖରେ ବିଶ୍ୱଜିତ୍ ଙ୍କ ମୋଟରସାଇକେଲକୁ ଧକ୍କା ଦେଇଥିଲା । ଯାହା ଫଳରେ ବିଶ୍ୱଜିତ୍ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଉତ୍ତେଜନା ଦେଖାଦେବା ସହ କିଛି ଲୋକ ଟ୍ରକରେ ନିଆଁ ଲଗାଇ ଦେଇଥିଲେ । ଖବର୍ ପାଇ ଅନୁଗୋଳ ଟାଉନ୍ ଥାନା ପହଁଚି ତୁରନ୍ତ ପରିସ୍ଥିତି ନିୟନ୍ତ୍ରଣ କରି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା । ଅଗ୍ନିଶମ ବିଭାଗର ଦୁଇଟି ଗାଡି ପହଁଚି ନିଆଁକୁ ଆୟତ୍ତ କରିଥିଲେ । Advertisement
ଦୁର୍ଘଟଣାରେ ଅବକାରୀ ବିଭାଗ ସବ୍-ଇନ୍ସପେକ୍ଟରଙ୍କ ମୃତ୍ୟୁ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ବିରବରପଲ୍ଲିଠାରେ ଏକ ସଡକ ଦୁର୍ଘଟଣାରେ ଅବକାରୀ ବିଭାଗର ଜଣେ କର୍ମଚାରୀ ପ୍ରାଣ ହରାଇଛନ୍ତି । ମୃତ କର୍ମଚାରୀଙ୍କ ନାମ ମଧୁସୂଦନ…
ଦୁର୍ଘଟଣାରେ ଜଣେ ମୃତ – ବାପ-ପୁଅ ଆହତ ଅନୁଗୁଳ – ଅନୁଗୁଳ ଜିଲ୍ଲା ମାଣପୁର ଗ୍ରାମ ନିକଟରେ ଆଜି ସନ୍ଧ୍ୟାରେ ବାଇକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ବାପ ଓ ପୁଅ ଆହତ…
ବିଭିନ୍ନ ସ୍ଥାନରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ ଅନୁଗୋଳ – ଅନୁଗୋଳ ସହରର ବଜାରରେ ବିଭିନ୍ନ ସ୍ଥାନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଡାକ୍ତର…