ମୁଖ୍ୟ ଖବର ଭିନ୍ନ ଭିନ୍ନ ଦୂର୍ଘଟଣାରେ ଦୁଇ ମୃତ Angul OnlineMarch 24, 2024March 24, 2024 ଅନୁଗୁଳ – ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ଆରୟା ଢ଼ାବା ଠାରେ ଜଣେ ଯୁବକଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସୂଚନା ମୁତାବକ ଲିଙ୍ଗିରାଯୋଡିର ଗୁଡିସାହିର ରଞ୍ଜିତ ପଟ୍ଟନାୟକ ମୋଟରସାଇକେଲ ଯୋଗେ କୁକୁଡାଙ୍ଗ ଅଞ୍ଚଳରୁ ଗୁଡିସାହି ଆସୁଥିବା ବେଳେ ତୁରଙ୍ଗ ଆରିୟା ଢ଼ାବା ସମ୍ମୁଖରେ ଏକ ମଇଁଷି ସହ ତାଙ୍କ ମୋଟରସାଇକେଲ ଧକ୍କା ହୋଇଥିଲା । ଘଟଣାସ୍ଥଳରୁ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିଲା କିନ୍ତୁ ଏଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘଟିଥିଲା । ତେବେ ଏହା ଦୂର୍ଘଟଣା ନୁହେଁ ବରଂ ତାଙ୍କୁ ହତ୍ୟା କରା ଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି । ସେହିପରି ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ ଗ୍ରାମର ଚନ୍ଦନପୁରର ଆନନ୍ଦ ଭୋଇ କୈାଣସି କାମରେ ବଡକେରା ଏକ ମୋଟରସାଇକେଲରେ ଆସୁଥିବା ବେଳେ ପୁରୁଣାଗଡ ହାଟ ଛକ ଠାରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଆନନ୍ଦ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । Advertisement
କୋଇଲା ଟ୍ରେନ ହେଲା ଲାଇନଚ୍ୟୁତ – ଜଣେ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଜଗନ୍ନାଥ କୋଇଲା ଖଣି ସାଇଡିଂ ନିକଟରେ କୋଇଲା ଟ୍ରେନ ଲାଇନଚ୍ୟୁତ । ଫଳରେ ଟ୍ରେନରେ ଚାପି ହୋଇ ଜଣଙ୍କର ମୃତ୍ୟୁ…
ଅଜଣା ଗାଡି ଧକ୍କାରେ ଜଣେ ମୃତ ଛେଣ୍ତିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ କୁକୁରପେଟା ଧୁବାମଳିହା ଜଙ୍ଗଲ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ସାଇକଲ ଆରୋହିଙ୍କର ମୃତ୍ୟୁ ହୋଇଛି ।…
ଦୁର୍ଘଟଣାରେ ଚାଲିଗଲା ସ୍ଵାମୀ-ସ୍ତ୍ରୀଙ୍କ ଜୀବନ – ଅଳ୍ପକେ ବର୍ତ୍ତିଲେ ଦୁଇ ଝିଅ ଅନୁଗୁଳ – ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ । ଅଳ୍ପକେ ବର୍ତ୍ତିଗଲେ ଦୁଇଝିଅ । ମୋଟରସାଇକେଲକୁ ପଛପଟୁ ଏକ ଆମ୍ବୁଲାନ୍ସ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ମୋଟରସାଇକେଲ…