ମୁଖ୍ୟ ଖବର ପିକଅପ ଭ୍ୟାନ ଧକ୍କାରେ ୪ ବର୍ଷର ନାବାଳକର ମୃତ୍ଯୁ Angul OnlineFebruary 16, 2024February 16, 2024 ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ମାଳିପଦର ଗ୍ରାମରେ ପିକଅପ ଭ୍ୟାନ ଧକ୍କାରେ ୪ ବର୍ଷର ନାବାଳକର ମୃତ୍ଯୁ ହୋଇଛି । ମୃତ ନାବାଳକ ତନ୍ମୟ ବେହେରା ରାସ୍ତାରେ ଯାଉଥିବା ବେଳେ ଏକ ପିକଅପ ଭ୍ୟାନ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇ ଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା । ଉତ୍ତ୍ୟକ୍ତ ଗ୍ରାମବାସୀ କ୍ଷତିପୂରଣ ଦାବି କରି ରାସ୍ତା ମଝିରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ସେପଟେ ଗାଡିଟି ନାବାଳକକୁ ଧକ୍କା ଦେଇ ଦୃତ ଗତିରେ ପଳାଉଥିବା ବେଳେ ରୁଗୁଡ଼ିସାହି ଛକ ଠାରେ ସଧାରଣ ଲୋକେ ଉକ୍ତ ଗାଡିକୁ ଅଟକାଇ ଥିଲେ । ଖବର ପାଇ ଆଠମଲ୍ଲିକ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହ ଉକ୍ତ ଗାଡିର ଚାଳକ ଅଟକ ରଖି ତଦନ୍ତ କରୁଛି । ସେପଟେ ସ୍ଥାନୀୟ ପ୍ରସାଶନ ଉତ୍ତେଜନା ସ୍ଥଳରେ ପହଞ୍ଚି ଉତ୍ତ୍ଯକ୍ତ ଲୋକଙ୍କୁ ବୁଝାସୁଝା ପରେ ଗାଡି ଚଳାଚଳ ସୌଭବିକ ହୋଇଥିଲା । Advertisement
ଖୋଲିବ ଧର୍ମାନୁଷ୍ଠାନ – ସର୍ତ୍ତ ଲାଗୁ ଅନୁଗୁଳ – କୋଭିଡର ସାଂପ୍ରତିକ ପରିସ୍ଥିତିକୁ ଅନୁଧ୍ୟାନ କରି ଜିଲ୍ଲାରେ ଥିବା ସମସ୍ତ ମନ୍ଦିର , ମସଜିଦ୍ ଓ ଗୀର୍ଜା ଗୁଡିକୁ ଆସନ୍ତା କାଲି(୩ ସେପ୍ଟେମ୍ବର) ଠାରୁ…
ଭରତପୁର ରିଜିଓନାଲ ଷ୍ଟୋରରେ ଅଗ୍ନିକାଣ୍ଡ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଠାରେ ଥିବା MCL ଭରତପୁର ଏରିଆର ରିଜିଓନାଲ ଷ୍ଟୋରରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଷ୍ଟୋରରେ ଥିବା ଲକ୍ଷାଧିକ…
ପ୍ରାତଃ ଭ୍ରମଣ କରୁଥିବା ବେଳେ ଗାଡି ଧକ୍କାରେ ଦୁଇ ମୃତ ପାଲଲହଡା – ଜାତୀୟ ରାଜପଥ କଡରେ ପ୍ରାତଃ ଭ୍ରମଣ କରୁଥିବା ବେଳେ ଅଜଣା ଗାଡି ଧକ୍କା ଦେବା ଫଳରେ ଦୁଇ ଜଣଙ୍କ ମୃତ୍ଯୁ ହୋଇଛି I ଆଜି(ରବିବାର୍)…