ଆଞ୍ଚଳିକ ସ୍କୁଲ ପରିସରରୁ ୬ ଫୁଟର ଅଜଗର ସାପ ଉଦ୍ଧାର Angul OnlineOctober 23, 2021October 23, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ଓ.ପି ଜିନ୍ଦଲ ସ୍କୁଲରୁ ୬ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର ହୋଇଛି । ଓ.ପି ଜିନ୍ଦଲ ସ୍କୁଲ ପରିସରରେ ଅଜଗରକୁ ଦେଖି ସ୍କୁଲ କର୍ତ୍ତୁପକ୍ଷ ଏ ସମ୍ପର୍କରେ ଅନୁଗୁଳର ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଜଣାଇଥିଲେ । ଖବର ପାଇ ଆଦିତ୍ୟ ତାଙ୍କ ସାଥୀ ସର୍ପଉଦ୍ଧାରକାରୀ ରାଧାମୋହନ ସାହୁ ଓ ବିଜୁ ଭୋଇଙ୍କ ସହ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ସାପ ଉଦ୍ଧାରକାରୀ ମାନେ ସୁରକ୍ଷିତ ଭାବେ ସାପଟିକୁ ଉଦ୍ଧାର କରିବା ସହ ଅନୁଗୁଳ ବନାଞ୍ଚଳ ଅଧିକାରୀ ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କୁ ଏ ସମ୍ବନ୍ଧରେ ସୂଚନା ଦେଇଥିଲେ । ପରବର୍ତ୍ତୀ ସମୟରେ ବନାଞ୍ଚଳ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବନପାଳ ଗୌରହରୀ ନାଏକଙ୍କ ଉପସ୍ଥିତିରେ ସୁସ୍ଥ ଅଜଗରକୁ ନିକଟସ୍ଥ ସୁରକ୍ଷିତ ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦିଆଯାଇଥିଲା । Advertisement
ଆଇସିୟୁ ଆମ୍ବୁଲାନ୍ସ ଅନୁମୋଦନ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ରୋଗୀଙ୍କୁ ସ୍ଥାନାନ୍ତର ଏବଂ ମୃତଦେହ ସତ୍କାର କରି ନେବାପାଇଁ ବାଧକ ସାଜିଛି ଆମ୍ବୁଲାନ୍ସ…
ଜେଏସପି ଫାଉଣ୍ଡେସନ ପକ୍ଷରୁ ମମତା କେନ୍ଦ୍ରକୁ ସହୟତା ଅନୁଗୋଳ – ଅନୁଗୋଳ ଜିଲ୍ଲା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପି)ର ସାମାଜିକ ଦାୟିତ୍ଵବୋଧ ଶାଖା ଜେଏସପି ଫାଉଣ୍ଡେସନ ପକ୍ଷରୁ ମଙ୍ଗଳବାର ଫୋଲ୍ଡେବୁଲ କାଉଚ ସହ ବିଭାଜନ ପରଦା…
ଏଫଇଏସ ପକ୍ଷରୁ ରାସନ ବଣ୍ଟନ ଅନୁଗୁଳ – କରୋନା ମହାମାରୀ ସମୟରେ ଅନୁଗୁଳର ସ୍ଵେଚ୍ଛାସେବୀ ଅନୁଷ୍ଠାନ ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ କରା ଯାଇଥିଲା । ହେମସୁରପଡା…