ଆଞ୍ଚଳିକ ଜିଲ୍ଲାରେ ଆରମ୍ଭ ହେବ ନଫରତ୍ ଛାଡ଼ ସମ୍ବିଧାନ ବଞ୍ଚାଅ ଅଭିଯାନ Angul OnlineSeptember 19, 2022September 19, 2022 ଅନୁଗୁଳ – ରାଷ୍ଟ୍ରୀୟ ସ୍ତରରେ ବିଭିନ୍ନ ଗଣ ସଙ୍ଗଠନମାନେ ସମ୍ମିଳିତ ହୋଇ ‘ନଫରତ୍ ଛାଡ଼ ସମ୍ବିଧାନ ବଞ୍ଚାଅ ଅଭିଯାନ’ ଆରମ୍ଭ କରିଛନ୍ତି । ମୁମ୍ବାଇ ସ୍ଥିତ କ୍ରାନ୍ତି ମୈଦାନ ଓ ଦିଲ୍ଲୀର ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପରିସରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଡଃ ଜିଜି ପାରିଖ, ଜନ ଆନ୍ଦୋଳନ ନେତ୍ରୀ ମେଧା ପାଟକର, ସାମାଜିକ କର୍ମୀ ଅରୁଣା ରାୟ, କୃଷକ ନେତା ଯୋଗେନ୍ଦ୍ର ଯାଦବ, ଗାନ୍ଧୀଜୀଙ୍କ ଅଣନାତି ତୁଷାର ଗାନ୍ଧୀ ପ୍ରମୁଖଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ବ୍ୟାପକ କରିବା ପାଇଁ ଅନୁଗୁଳ ବାଜିରାଉତ ଛାତ୍ରାବାସ ପରିସରରେ ଅଭିଯାନର ରାଜ୍ୟ ଆବାହକ କଲ୍ୟାଣ ଆନନ୍ଦଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦେଶରେ ବଢୁଥିବା ବେରୋଜଗାରୀ, ଦରଦାମ ବୃଦ୍ଧି, ସାମ୍ପ୍ରଦାୟିକ ଅସ୍ଥିରତା ତୀବ୍ର ଭାବରେ ବୃଦ୍ଧି ପାଇବା ସତ୍ତ୍ୱେ କେନ୍ଦ୍ର ସରକାର ଆଦାନୀ – ଆମ୍ବାନୀ ଭଳି କର୍ପୋରେଟମାନଙ୍କ ସପକ୍ଷରେ ଦେଶର ନୀତିକୁ ବଦଳାଇବାକୁ ଲାଗିଛନ୍ତି। ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଡ. ରାଜେନ୍ଦ୍ର ପ୍ରସାଦ ତଥା ଡ଼. ବାବାସାହେବ ଆମ୍ବେଦକରଙ୍କ ନେତୃତ୍ୱରେ ତିଆରି ହୋଇଥିବା ଭାରତର ସମ୍ବିଧାନକୁ ବଦଳାଇବା ପାଇଁ ଚାଲିଥିବା ଅପଚେଷ୍ଟା କଥା ବୁଝା ପଡ଼ିଲାଣି । ଭାରତବର୍ଷର ସାଧାରଣ ଜନତାଙ୍କୁ ବେରୋଜଗାରୀ, ଦରଦାମ ବୃଦ୍ଧି, ସାମ୍ପ୍ରଦାୟିକ ଅସ୍ଥିରତା କବଳରୁ ଦେଶକୁ ବଞ୍ଚାଇବା ପାଇଁ ଓଡ଼ିଶାରେ ‘ନଫରତ୍ ଛାଡ଼ ସମ୍ବିଧାନ ବଞ୍ଚାଅ ଅଭିଯାନ’କୁ ବ୍ୟାପକ କରିବା ପାଇଁ ନିଷ୍ପତ୍ତି ହୋଇଅଛି । ଅଭିଯାନର ଜିଲ୍ଲା ଆବାହକ ଭାବରେ ସୂର୍ଯ୍ୟ ନାରାୟଣ ନାଥ ଗ୍ରହଣ କରାଯାଇଥିଲ। ଆସନ୍ତା ୨୬ ନଭେମ୍ବର ସୁଦ୍ଧା ଜିଲ୍ଲାରେ ୭୫ ଟି ଗାଁ ବ୍ୟାପି ପଦଯାତ୍ରା ଓ ସାଇକେଲ ଯାତ୍ରା ଆୟୋଜିତ ହେବ ତଥା ରାଜ୍ୟବ୍ୟାପୀ ବାହନ ଯାତ୍ରା ମାଧ୍ୟମରେ ଓଡ଼ିଶାର ପୁରପଲ୍ଲୀରେ ଅଭିଯାନର ବାର୍ତ୍ତା ପହଞ୍ଚାଯିବ । ଆଗାମୀ ଜାନୁଆରୀ ୩୦ରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାର ୭୫ ବର୍ଷ ପୂର୍ତ୍ତି ଅବସରରରେ ସାମ୍ପ୍ରଦାୟିକ ସଦଭାବ ସମ୍ମିଳନୀ ରାଜ୍ୟସ୍ତରରେ ଆୟୋଜନ କରାଯିବ। ଆଜିର ବୈଠକରେ କୈଳାଶ ଚନ୍ଦ୍ର ସାହୁ,ଶଙ୍କର ବେହେରା ,ଆଦ୍ୟଶ୍ଳୋକ ମିଶ୍ର, ଦେବେନ୍ଦ୍ର ନାଥ ଆଚାର୍ଯ୍ୟ, ରାକେଶ ମିଶ୍ର, ପ୍ରିୟବ୍ରତ ସ୍ବାଇଁ,ପ୍ରଦ୍ୟୁମ୍ନ କୁମାର ନାଏକ,ଲିପିକା ମହାପାତ୍ର, ଉପମା ନାଏକ, ପ୍ରସନ୍ନ କୁମାର ଦାଶ,ଅଜୟ ଭାଇ, ପଞ୍ଚାନନ ନାଏକ, ସତ୍ୟାନନ୍ଦ ନାଏକ, ସୁବ୍ରତ ଦେହୁରୀ ପ୍ରମୁଖଙ୍କୁ ଜିଲ୍ଲା କମିଟିରେ ସାମିଲ କରାଯାଇଥିଲା। ଆସନ୍ତା ବୈଠକରେ କମିଟିର ସଂପ୍ରସାରଣର ହେବା । ଶେଷରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠା ସଦସ୍ୟ ବିଦ୍ୟାଧର ନାଏକ ଧନ୍ୟବାଦ ଦେଇଥିଲେ । Advertisement
କୋଇଲାଗାଡ଼ିରେ ପାଲ ଘୋଡ଼ାଇବା ପାଇଁ ଦାବୀପତ୍ର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଏମସିଏଲରୁ କୋଇଲା ପରିବହନ କରୁଥିବା ହାଇୱା ଟ୍ରକ ଏବଂ କଣ୍ଟେନର ଗୁଡ଼ିକରେ ପାଲ ବା ତାରପୋଲିନ୍ ଘୋଡ଼ାଇ ନେଉ ନଥିବାରୁ…
ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଖୁସି ମନାଇଲେ କର୍ମୀ ଅନୁଗୁଳ – ଭାରତ ବର୍ଷର ଅପ୍ରତିଦ୍ବନ୍ଦି ନେତା ତଥା ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ପ୍ରିୟ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମଦିନ ଆଜି ଅନୁଗୁଳର ବିଭିନ୍ନ ସ୍ଥାନରେ ପାଳନ…
ଗାଁରେ ମାତିଛି ଭାଲୁ – ଭୟଭୀତ ଅଞ୍ଚଳବାସୀ କିଶୋରନଗର – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏବଂ କିଶୋରନଗର ଅଞ୍ଚଳରେ ଏବେ ଭାଲୁ ଭୟ ଘାରିଛି । ଗତ ଏକ ମାସ ଭିତରେ ଭାଲୁ ଆକ୍ରମଣରେ ପ୍ରାୟ…