ଖେଳ ଓ ଖେଳାଳି ଭାରତୀୟ କ୍ରିକେଟ୍ ଟିମ୍ ରେ ସ୍ଥାନ ପାଇଲେ ତାଳଚେରର କ୍ରିକେଟ୍ ଖେଳାଳୀ ସନ୍ତୋଷ Angul OnlineNovember 6, 2024November 6, 2024 ତାଳଚେର – ଭାରତୀୟ ଦିବ୍ୟାଙ୍ଗ (ବଧୀର)କ୍ରିକେଟ୍ ଟିମ୍ ରେ ସ୍ଥାନ ପାଇଲେ ତାଳଚେରର କ୍ରିକେଟ୍ ଖେଳାଳୀ ସନ୍ତୋଷ କୁମାର ମହାପାତ୍ର । ସେ ତାଳଚେରର ୟୁଥ୍ ସ୍ପିର୍ଟିଂ କ୍ରିକେଟ୍ କ୍ଲବ୍ ରେ ଜଣେ ସକ୍ରିୟ ସଦସ୍ୟ । ଦିଲ୍ଲୀରେ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜ ପାଇଁ ତାଳଚେର ର ପୁଅ ସନ୍ତୋଷ କୁମାର ମହାପାତ୍ରଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି । ତାଙ୍କର ଦଳରେ ଚୟନ ହେବା ଖବର ଶୁଣି କ୍ଲବର ସମସ୍ତ ସଦସ୍ୟ ଖୁସି ହେବା ସମଗ୍ର ତାଳଚେରରେ ଖୁସିର ଲହରୀ ଖେଳି ଯାଇଛି । ଅନେକ ଶୁଭେଛୁଙ୍କ ତରଫରୁ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ମିଳିଛି । ସେ ଖେଳାଳୀ ଏକାଦଶରେ ସ୍ଥାନ ପାଇ ଉତ୍ତମ କ୍ରୀଡା ପ୍ରଦର୍ଶନ କରିବେ ବୋଲି ଆଶା । Advertisement
ଓପି ଜିନ୍ଦଲ କପ – ଝାରସୁଗୁଡା ଚମ୍ପିୟାନ , ବାଗଡିଆ ରନର୍ସ ଅପ ଅନୁଗୁଳ – ଅନୁଗୁଳ ଷ୍ଟାଡିୟମରେ ଆୟୋଜିତ ଓପି ଜିନ୍ଦଲ ଅନୁଗୁଳ କପ ଫୁଟବଲର ଫାଇନାଲରେ ଝାରସୁଗୁଡା ଦଳ ବାଗେଡ଼ିଆକୁ ୨ – ୧ ଗୋଲରେ ପରାସ୍ତ କରି…
ଓ.ପି ଜିନ୍ଦଲ ଫୁଟବଲ ଟୁର୍ଣ୍ଣାମେଂଟ ଆରମ୍ଭ ଅନୁଗୁଳ – ଓ.ପି ଜିନ୍ଦଲ ଗ୍ରୁପର ପ୍ରତିଷ୍ଠାତା ଶ୍ରୀ ଓମ୍ ପ୍ରକାଶ ଜିନ୍ଦଲ ଜୀଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ଜେଏସପି ଫାଉଣ୍ଡେସନ୍ ଆନୁକୂଲ୍ୟରେ ଆଜି ଠାରୁ…
୧୦ମ ହେମସୁରପଡା କପ ଉଦଘାଟିତ ଅନୁଗୁଳ- ଅନୁଗୁଳ ପ୍ରିନ୍ସ ଏଣ୍ଡ ପ୍ରିନ୍ସ କ୍ଲବ ଆନୁକୁଲ୍ୟରେ ୧୦ମ ହେମସୁରପଡା କପ ଉଦଘାଟିତ ହୋଇ ଯାଇଛି । ଟାଉନ ହାଇସ୍କୁଲ ପଡିଆଠାରେ ଖେଳା ଯାଉଥିବା ଏହି…