ମୁଖ୍ୟ ଖବର ଅଜଣା ଗାଡି ଧକ୍କାରେ ଜଣେ ମୃତ, ତିନି ଗୁରୁତର Angul OnlineJune 27, 2022June 27, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ମେଡିକାଲ ନିକଟସ୍ଥ ୧୪୯ ନଂ ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପରିବାରର ତିନିଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ମୋଟଙ୍ଗା ଥାନା ସୁରଭି ଗ୍ରାମର ସଂସାରୀ ପେଣ୍ଠୋଇ ଓ ସ୍ତ୍ରୀ ରିଲି ପେଣ୍ଠୋଇ ଦୁଇ ପୁଅକୁ ଧରି ଶ୍ୱଶୁର ଘରୁ ଗ୍ରାମକୁ ଫେରୁଥିଲେ । ବଅଁରପାଳ ମେଡିକାଲ ସମ୍ମୁଖ ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ରିଲିଙ୍କ ଉପରେ ଚଢି ଯାଇଥିଲା । ରାସ୍ତାଘାଟ ଶୂନଶାନ ଥିବାରୁ ଧକ୍କା ଦେଇ ଗାଡିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । କିଛି ସମୟ ପରେ ସ୍ଥାନୀୟ ଲୋକ ପହଁଞ୍ଚିବା ପରେ ଆହତ ମାନଙ୍କୁ ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସମସ୍ତେ ଗୁରୁତର ଥିବାରୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଛି । ସେଠାରେ ଡାକ୍ତର ରିଲିଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ବଅଁରପାଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । Advertisement
ଟ୍ରକ ଧକ୍କାରେ ଉଦୀୟମାନ କ୍ରିକେଟ ଖେଳାଳି ମୃତ ଅନୁଗୁଳ – ଅନୁଗୁଳ ଥାନା ଛକ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ଉଦୀୟମାନ କ୍ରିକେଟ ଖେଳାଳି ତଥା ଛାତ୍ରଙ୍କରର ମୃତ୍ୟୁ ହୋଇଛି । ସୁଚନା ଅନୁସାରେ…
(ଭିଡିଓ)ୟୁକ୍ରେନରେ ଫସି ରହିଛନ୍ତି ଅନୁଗୁଳର ଛାତ୍ର – ଭିଡିଓ କଲରେ ଆମକୁ ଦେଲେ ସ୍ଥିତି ସମ୍ପର୍କରେ ସୂଚନା ଅନୁଗୁଳ – ଋଷିଆ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଧିରେ ଧିରେ ପରିସ୍ଥିତି ସାଙ୍ଘାତିକ ରୂପ ନେଉଛି । ୟୁକ୍ରେନରେ ଫସିଛନ୍ତି ଓଡ଼ିଆ ଯୁବକ…
ସୋମବାର ତାଳଚେର ବନ୍ଦ ତାଳଚେର – ଆସନ୍ତା କାଲି ୧୨ ଘଣ୍ଟିଆ ତାଳଚେର ବନ୍ଦ । ଗଡିବ ନାହିଁ ଗାଡି ମୋଟର । ଏହା ସହ ପିକେଟିଂ କରି ଦୋକା ବଜାର…