ଅନୁଗୁଳ – ଅନୁଗୁଳ ସହରରେ ଚାଲିଥିବା ପୂଜା ମାହୋଲ ପୂର୍ବରୁ ନୂତନ ଏସ୍.ପି. ରାହୁଲ ଜୈନ ଯୋଗଦାନ କରିବା ପରେ ଅନୁଗୁଳ ପୁଲିସ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଉପରେ କଠୋର ହୋଇଛି । ପୁଲିସ MV ଏନଫୋର୍ସମେଣ୍ଟ ମାଧ୍ୟମରେ ଗଜଲକ୍ଷ୍ମୀ ପୂଜା ସମୟରେ ଅସାମାଜିକ ବ୍ୟକ୍ତିଙ୍କ ଗତିବିଧିକୁ ଯାଞ୍ଚ କରିବା ସହିତ ଟ୍ରାଫିକ୍ ନିୟମ ଉଲଂଘନ କରି ବେପରୁଆ ଢଙ୍ଗରେ ଗାଡିଚାଲାଉଥିବା, ତିନିଜଣଙ୍କୁ ଦୁଇଚକିଆ ମୋଟର ଯାନରେ ବସାଇ ଏବଂ ମଦ୍ୟପାନ କରି ଗାଡିଚାଲାଉଥିବ ବ୍ୟକ୍ତିଙ୍କ ଉପରେ କଡା ନଜର ରଖାଯାଉଅଛି । ଆଉ ଗତ ଦୁଇ ଦିନ ମଧ୍ୟରେ ଏଭଳି ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ୧୩ ଲକ୍ଷ ୭୧ ହଜାର ୫୦୦ ଟଙ୍କା ଜୋରିମନା ଆଦାୟ କରା ଯାଇଛି । ଦୁଇ ଚକିଆ ଯାନରେ ତିନି ଜଣ ବସି ଯାଉଥିବା ଯୋଗୁଁ ୧୯୬ ଜଣଙ୍କ ଉପରେ ଜୋରିମନା କରା ଯାଇଥିବା ବେଳେ ୯୩ ଜଣ ମଦ୍ୟପ ଚାଳକଙ୍କ ଉପରେ ଏବଂ ୭୭ ଜଣଙ୍କୁ ବେଆଇନ ପାର୍କିଂ ପାଇଁ ଜୋରିମନା କରା ଯାଇଥିବା ଜଣା ପଡିଛି । ତେବେ ନୂତନ ଏସ୍ ପି ଙ୍କ ଏଭଳି କାର୍ଯ୍ୟ ପାଇଁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।
What’s your Reaction?
+1
+1
+1
+1
1
+1
7
+1
2
+1