ମୁଖ୍ୟ ଖବର ଯାତ୍ରୀବାହୀ ଘରୋଇ ବସକୁ ପାଞ୍ଚ ଲକ୍ଷ ଟଙ୍କା ଜୋରିମନା Angul OnlineJuly 21, 2023July 21, 2023 ପାଲଲହଡା – ବସକୁ 4 ଲକ୍ଷ 98 ହଜାର ଜୋରିମନା । ସିଂହବାହିନୀ ନାମକ ଏକ ଘରୋଇ ବସ କୁ ତାଳଚେର ପରିବହନ ଅଧିକାରୀ ବିଭିନ୍ନ ପରିବହନ ଆକ୍ଟ ଉଲଙ୍ଘନ ଅଭିଯୋଗରେ ମୋଟ 4 ଲକ୍ଷ 98 ହଜାର 764 ଟଙ୍କା ଜୋରିମନା କରିଛନ୍ତି । 192(କ) ଅନୁଯାୟୀ ପରମିଟ ନଥାଇ ଗାଡି ଚଳାଇବା ପାଇଁ 10 ହଜାର ଟଙ୍କା , ଟ୍ୟାକ୍ସ ବାବଦକୁ ବକେୟା ପାଇଁ 4 ଲକ୍ଷ 88 ହଜାର 764 ଟଙ୍କା ଏହିପରି ଭାବେ ମୋଟ 4,98764 ଟଙ୍କାର ଜୋରିମନା ପରିବହନ ବିଭାଗ ପକ୍ଷରୁ କଟାଯାଇଛି । ଜୋରିମନା ସହ ବସଟିକୁ ପାଲଲହଡା ଥାନାର ଜିମା ଦିଆଯାଇଛି । ସୁଚନା ଅନୁସାରେ ଦୀର୍ଘଦିନରୁ ଏହି ବସଟି ପରିବହନ ଆଇନ ଉଲଂଘନ କରି ଆସୁଥିବା ବେଳେ ନୂତନ ମୋଟର ଯାନ ଆଇନ ଅନୁଯାୟୀ ଫାଇନ କଟାଯାଇଥିବା ତାଳଚେର ଆରଟିଓ ନିଖିଳ କୁମାର ପଟନାୟକ ସୂଚନା ଦେଇଛନ୍ତି । ବସଟି ଖମାର ରୁ କଲିକତା ଯାଉଥିବା ଜଣାପଡିଛି । Advertisement
୪ ତାରିଖ ତାଳଚେର ବନ୍ଦ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସନ୍ତାକାଲି(୪ ତାରିଖ) ୨୪ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦିଆ ଯାଇଥିବା ବେଳେ…
ପୁଣି ହାତୀ ନେଲା ଆଉ ଏକ ଜୀବନ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ବନ୍ତଳା ଥାନା ମରଣ୍ଡା ଗାଁରେ ଆଜି ସକାଳୁ ଏହି ଅଘଟଣ…
ରାସ୍ତା ଉପରେ ଜଳିଗଲା ବୁଲେଟ ଅନୁଗୁଳ – ରାସ୍ତା ଉପରେ ଜଳିଗଲା ବୁଲେଟ । ଆଉ ନିମିଷକ ମଧ୍ୟରେ ହୁତୁହୁତୁ ହୋଇ ଜଳି ପାଉଁଶ ପାଲଟିଗଲା । ଦେଖଣାହାରୀ ହୋଇ ରହିଗଲେ ଗାଡି…