ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଭରତପୁର କୋଇଲା ଖଣି ସାଇଲୋରେ ସର୍ଟ ସର୍କିଟ ଯୋଗୁଁ ସାଇଲୋ ବେଲ୍ଟରେ ନିଆଁ ଲାଗିଯାଇଥିଲା । ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇ ନଥିବା ବେଳେ ବେଲ୍ଟ ଓ ବିଭିନ୍ନ ଯନ୍ତ୍ରାଂଶ ପୋଡି ଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଆଜି ସକାଳୁ ସାଇଲୋରେ ଲାଗିଥିବା ବେଲ୍ଟ ଯୋଗେ କୋଇଲା ପରିବହନ ହେଉଥିବା ବେଳେ ହଠାତ ବେଲ୍ଟରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଥିଲା । ପାଖାପାଖି ବେଲ୍ଟଟି ୫୦ରୁ ୬୦ ମିଟର ଜଳି ଯାଇଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ଧୂଆଁ ମୟ ପରିବେଶ ସୃଷ୍ଟି ହୋଇଥିଲା । ପରେ ଏମ୍ସିଏଲର ୪ ଟି ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଏମ୍ସିଏଲର ରକ୍ଷଣା ବେକ୍ଷଣାର ଅଭାବ ଏବଂ ଦାୟିତ୍ୱ ହୀନତା ପାଇଁ ଏଭଳି ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ ହୋଇଛି ।
କୋଇଲା ଖଣି ସାଇଲୋରେ ଲାଗିଲା ନିଆଁ
