ଅପରାଧ ପୁଲିସ ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ-ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ Angul OnlineNovember 29, 2023November 29, 2023 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ଓ ରାଜସ୍ୱ ବିଭାଗ ପକ୍ଷରୁ ବୁଧବାର ଚାଙ୍ଗୁଡ଼ିଆ ପଞ୍ଚାୟତର କଂକୁରପାଳ ଗ୍ରାମ ବଡଯୋରା ନାଳ ଅବବାହିକାରେ ଚଢାଉ କରି ବ୍ୟାପକ ପରିପକ୍ୱ ଗଞ୍ଜେଇ ଗଛ ନଷ୍ଟ କରିବା ସହିତ ୨ ଜଣଙ୍କୁ ଗିରଫ କରିଛି l ଛେଣ୍ଡିପଦା ଥାନା ଅଧିକାରୀ ବିଭୁଦତ୍ତ ରାଉତରାୟ ଚାଙ୍ଗୁଡ଼ିଆ ପଞ୍ଚାୟତର କଂକୁରପାଳ ଗ୍ରାମ ନିକଟସ୍ତ ବଡଯୋରା ନାଳ ଅବବାହିକାରେ ବ୍ୟାପକ ଗଞ୍ଜେଇ ଗଛ ଲାଗିଥିବା ଖବର ପାଇଥିଲେ l ଏ ନେଇ ଛେଣ୍ଡିପଦା ଥାନା ଅଧିକାରୀ, ଅନୁଗୋଳ ଏସ୍ଡ଼ିପିଓ ରମାକାନ୍ତ ମାହାଳିକ ଓ ଛେଣ୍ଡିପଦା ତହସିଲଦାର ମାନସ ରାୟଙ୍କ ନେତୃତ୍ୱରେ ଏକ ଯୋଜନା କରାଯାଇ ମିଳିତ ଚଢ଼ାଉ କରିଥିଲେ l କଂକୁରପାଳ ବଡଯୋରା ନାଳ ଅବବାହିକାର ପ୍ରାୟ ୨୦ ଏକର ସରକାରୀ ଜମି ଉପରେ ବେଆଇନ ଭାବେ ଚାଷ ହୋଇଥିବା ୨୦ ହଜାର ପରିପକ୍ୱ ଗଂଜେଇ ଗଛକୁ କାଟି ପୋଡି ନଷ୍ଟ କରିଛନ୍ତି । ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟିରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି l ଏହି ଗଞ୍ଜେଇ ଚାଷ କରିଥିବା ଅଭିଯୋଗରେ ପୋଲିସ ୨ ଜଣ ଯୁବକଙ୍କୁ ଗିରଫ କରିଛି l ଗିରଫ ଯୁବକ ମାନେ ହେଲେ କଂକୁରପାଳ ଗ୍ରାମର ଅରୁଣ ମାଝୀ ଓ ପପୁନ ବେହେରା ବୋଲି ଥାନା ଅଧିକାରୀ ବିଭୁଦତ୍ତ ରାଉତରାୟ ପ୍ରକାଶ କରିଛନ୍ତି l ଚଢାଉରେ ଛେଣ୍ଡିପଦା ଥାନା ଏସ୍ଆଇ ରାଜେଶ ସତପଥୀ, ଏଏସଆଇ ଅରୁଣ ବେହେରା, ଶେଷଦେବ ସାମଲ, ବ୍ରହ୍ମଣବିଲ ରାଜସ୍ୱ ନିରୀକ୍ଷକ ଦୋଳମଣୀ ଭୋଇ ଓ ପୁଲିସ ଫୋର୍ସ ଏହି ଚଢ଼ାଉରେ ସାମିଲ ଥିଲେ । Advertisement
ଦୁଷ୍କର୍ମ ଅଭିଯୁକ୍ତକୁ କାରାଦଣ୍ଡାଦେଶ ଅନୁଗୁଳ – ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବଅଁରପାଳ ବ୍ଲକ୍ ତୁଳସୀପାଳ ଗାଁର ତପନ ଜେନା(୩୧)କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ । ତାକୁ ୨୦ ବର୍ଷ…
କାରରେ ଗଞ୍ଜେଇ ଚାଲାଣ ବେଳେ କାବୁ କଲା ପୁଲିସ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଦେବଗଡ ଛକ ନିକଟରୁ ଏକ ଗଞ୍ଜେଇ ଭର୍ତ୍ତି କାରକୁ ପୁଲିସ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି…
ଜମାକାରୀଙ୍କ ଖାତାରୁ ୯ଲକ୍ଷ ଟଙ୍କା ହଡପ – ଥାନାରେ ଅଭିଯୋଗ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦାଠାରେ ଥିବା ଆସିଆଇ ବ୍ୟାଙ୍କରୁ ଜୈନେକ ହିତାଧିକାରୀଙ୍କ ଖାତାରୁ ୯ଲକ୍ଷରୁ ଅଧିକ ଟଙ୍କା ହଡପ ହୋଇଥିବା ନେଇ ଛେଣ୍ଡିପଦା ଥାନାରେ ଅଭିଯୋଗ…