ମୁଖ୍ୟ ଖବର ପାଣିରେ ବୁଡି ଗ୍ରାମରକ୍ଷୀଙ୍କ ମୃତ୍ୟୁ Angul OnlineJuly 24, 2021July 24, 2021 ପାଲଲହଡ଼ା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ସିବିଡା ଗ୍ରାମର ଏକ ନାଳରେ ବୁଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ପାଲଲହଡ଼ା ଥାନାରେ କାର୍ଯ୍ୟ କରୁଥିବା ଗ୍ରାମରକ୍ଷୀ ସୁନା ଠାକୁର ବୋଲି ଜଣା ପଡିଛି । ସୂଚନା ଅନୁସାରେ ସୁନା ଗତ କାଲି ଠାରୁ ଗାଧୋଇବାକୁ ଯାଇ ଆଉ ଫେରି ନଥିଲେ । ପରିବାର ଲୋକ ଖୋଜାଖୋଜି କରିବା ପରେ ତାଙ୍କ ମୃତ ଦେହ ଗାଁ ନିକଟସ୍ଥ ନାଳରେ ଭାସୁ ଥିବାର ଦେଖା ଯାଇଥିଲା । ପରିବାର ଲୋକ ତାକୁ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । Advertisement
ପାଣିରେ ଦୁଇ କିଲୋମିଟର ଭାସିଗଲେ ଯୁବକ – ଉଦ୍ଧାର କଲେ ଗ୍ରାମବାସୀ ଅନୁଗୁଳ – ଲିଙ୍ଗରା ନାଳ ବଢ଼ି ପାଣିରେ ଭାସି ଯାଇଥିଲେ ଯୁବକ।ଉଦ୍ଧାର କଲେ ଗ୍ରାମବାସୀ । ଅନୁଗୁଳ ସହର ଦେଇ ଯାଇଥିବା ଲିଙ୍ଗରା ନାଳରେ , ଡେରଜାଙ୍ଗ…
ପୁଣି ନବଜାତ ଶିଶୁ ଉଦ୍ଧାର ନାଲକୋନଗର – ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ କୁକୁଡ଼ାଙ୍ଗ ଗାଁ ତେନ୍ତୁଳିପଶି ସ୍କୁଲ ପଛ ପାଖ ଅଙ୍ଗନବାଡ଼ି କେନ୍ଦ୍ର ନିକଟର ବିଲରୁ ୧୦ଦିନ ତଳେ ଏକ ନବଜାତ…
ଭାଇକୁ ମାରିବା ପାଇଁ ଭାଇ ଦେଇଥିଲା ୫ ଲକ୍ଷ ଟଙ୍କାର ସୁପାରି ଅନୁଗୁଳ – ଭାଇକୁ ହତ୍ୟା କରିବା ପାଇଁ ଭାଇ ଦେଇଥିଲା ୫ ଲକ୍ଷ ଟଙ୍କାର ସୁପାରି । ହେଲେ ରଖେ ହଋ ତ ମାରେ କିଏ ?…