ଅପରାଧ ଭଡାଘର ମାଲିକଙ୍କ ପୁଅକୁ ଅପହରଣ ଅଭିଯୋଗରେ ଜଣେ ଗିରଫ Angul OnlineJuly 13, 2022July 13, 2022 ଅନୁଗୁଳ – ଘରେ ଭଡାରେ ରହୁଥିବା ଜଣେ ରାଜମିସ୍ତ୍ରୀ ଘର ମାଲିକଙ୍କ ନାବାଳକ ପୁଅକୁ ଅପହରଣ କରିବା ଅଭିଯୋଗରେ ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ରମେଶ ଦଳେଇ ବୋଲି ଜଣା ପଡିଛି । ସୂଚନା ଅନୁସାରେ, ଅନୁଗୁଳରେ ରାଜମିସ୍ତ୍ରୀ କାମ କରୁଥିବା ବରୀ ଅଞ୍ଚଳର ରମେଶ ଦଳେଇ ନାମକ ଜଣେ ବ୍ୟକ୍ତି ଅନୁଗୁଳ ସହର ଉପକଣ୍ଠ ପରତରାରେ ବିଜୁଳି ନାୟକଙ୍କ ଘରେ ଭଡ଼ାରେ ରହୁଥିଲା । କିଛି ଦିନ ତଳେ ସେ ବିଜୁଳି ନାୟକଙ୍କ ପାଖରୁ ୨୧ ହଜାର ଟଙ୍କା ଉଧାର ଆକାରରେ ନେଇଥିଲା । ଏହି ଟଙ୍କା ଫେରାଇବାକୁ ବିଜୁଳି କହିବାରୁ ଉଭୟଙ୍କ ଭିତରେ ଝଗଡ଼ା ହୋଇଥିଲା । ଏହା ପରେ ରମେଶ ବିଜୁଳିଙ୍କ ୯ ବର୍ଷର ପୁଅକୁ ନେଇ ଫେରାର ହୋଇ ଯାଇଥିଲା । ଏନେଇ ବିଜୁଳି ଅନୁଗୁଳ ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ୫୧୮/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ତଦନ୍ତ ବେଳେ ରମେଶ ନାବାଳକକୁ ନେଇ କଟକ ଧବଳେଶ୍ଵର ପାଖରେ ଥିବା ଖବର ପାଇ ପୁଲିସ ଚଢାଉ କରି ରମେଶକୁ ଗିରଫ କରିବା ସହ ନାବାଳକକୁ ଉଦ୍ଧାର କରିଛି । Advertisement
ଚାକିରୀ ପାଇଁ ଦେଇଥିବା ଟଙ୍କା ମାଗିବାରୁ ଯୁବକଙ୍କୁ ପଥରରେ ଛେଚି ହତ୍ୟା ଛେଣ୍ଡିପଦା – ଟଙ୍କା ଦେଲେ ଚାକିରୀ କାରାଇ ଦେବାକୁ କହି ଘରୁ ଡାକି ଆଣିଲେ । ଚାକିରୀ କରାଇ ଦେବେ କଣ , ବଂର ଟଙ୍କା ନେଇ…
ପୁଲିସ କବଜାରେ ମୋଟରସାଇକେଲ ଚୋରି ଗ୍ୟାଙ୍ଗ ଅନୁଗୁଳ – ଅନୁଗୁଳ ପୁଲିସ କବଜାରେ ମୋଟରସାଇକେଲ ଲୁଟେରା । ଅନେକ ଦିନ ହେଲା ଅନୁଗୁଳ ସହରର ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରି ଅଭିଯୋଗ ହେଉଥିବା ବେଳେ…
ଚାକିରି ଦେବା ନାଁରେ ଟଙ୍କା ଠକେଇ ଅଭିଯୋଗ – ୨ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଚାକିରି ଦେବାକୁ କହି ୪୩ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ୨ ଜଣକୁ ଗିରଫ କରି କୋର୍ଟ…