ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋ ଦ୍ୱାରା ଜମି ହରା କ୍ଷତିଗ୍ରସ୍ତଙ୍କୁ ସରକାରୀ ନିୟମ ଅନୁଯାୟୀ ଥଇଥାନ ଓ କମ୍ପାନୀରେ ନିଯୁକ୍ତି ଦାବି କରି ଆଜି ଜଣେ ଲୋକ ରେଳ ରୋକ ଆନ୍ଦୋଳନ କରିଥିଲେ । ଆଉ ତାଙ୍କ ଆନ୍ଦୋଳନ ଫଳରେ ନାଲକୋର ଟ୍ରେନ ପ୍ରାୟ ଏକ ଘଣ୍ଟା ଧରି ବନ୍ଦ ହୋଇ ରହିଥିଲା । ସୂଚନା ଅନୁସାରେ , ବଳରାମ ପ୍ରସାଦ କଇଁ ଫୁଲିଆ ସାହିର ବିରଞ୍ଚି ସାହୁଙ୍କ ଜମି ନାଲକୋ ଅଧିଗ୍ରହଣ କରିଛି । ମାତ୍ର ତାଙ୍କ ପରିବାରର କାହାରିକୁ ନାଲକୋରେ ନିଯୁକ୍ତି ମିଳି ନାହିଁ । ନିଯୁକ୍ତି ପାଇଁ ବିରଞ୍ଚି ଜିଲ୍ଲା ପ୍ରଶାସନ ନିକଟରେ ଅନେକ ଥର ଦାବି ଆପତ୍ତି କରିଛନ୍ତି । ପ୍ରସାଶନ ପକ୍ଷରୁ ତାଙ୍କୁ ନାଲକୋରେ ନିଯୁକ୍ତି ଦେବା ପାଇଁ ନାଲକୋକୁ ନିର୍ଦେଶ ଥିଲେ ମଧ୍ୟ ନାଲକୋ କତ୍ତୃପକ୍ଷ କିଛି ଶୁଣୁ ନାହାନ୍ତି ବୋଲି ବିରାଞ୍ଚି ଅଭିଯୋଗ କରିଛନ୍ତି । ନିରୁପାୟ ହୋଇ ବିରଞ୍ଚି ଗୁରୁବାର ସକାଳ ୮ ଘଣ୍ଟିକାରେ ନାଲକୋ ନିଜସ୍ୱ ରେଳ ଲାଇନ ଭାଲୁଧରି ଗାଁ ନିକଟରେ ରେଳରୋକ କରିଥିଲେ । ନାଲକୋ ପ୍ରଶାସନିକ ଅଧିକାରୀ ଏବଂ ନାଲକୋ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା ପରେ ତାଙ୍କୁ ଧାରଣରୁ ଉଠାଇ ଥିଲେ । ନିଯୁକ୍ତି ପାଇଁ ଆବଶ୍ୟକ ସାର୍ଟିଫିକେଟ ଦାଖଲ କରିବା ପରେ ଯଥା ସମ୍ଭବ ନାଲକୋରେ ନିଯୁକ୍ତି ଦିଆଯିବ ବୋଲି ନାଲକୋ କତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।
What’s your Reaction?
+1
1
+1
+1
+1
+1
27
+1
2
+1