ଅପରାଧ ମହିଳାଙ୍କୁ ଠକି ଜଣେ ଗିରଫ Angul OnlineAugust 25, 2022August 25, 2022 ଅନୁଗୁଳ – ଜଣେ ମହିଳାଙ୍କ ଠାରୁ ଟଙ୍କା ଠକି ନେବା ଅଭୋଯୋଗରେ ଅନୁଗୁଳ ପୁଲିସ ଉପେନ୍ଦ୍ର ରାଉତ ନାମକ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଠକ ଉପେନ୍ଦ୍ର ପୂର୍ବରୁ କୌଣସି କାରଣ ପାଇଁ ଜେଲ ଯାଇଥିଲା । ଗତ ସପ୍ତାହରେ ସେ ଜେଲରୁ ଆସିବା ପରେ ଆଠମଲ୍ଲିକ ଥାନା ଅନ୍ତର୍ଗତ ନଅଗାଁ ଅଞ୍ଚଳର ଜଣେ ମହିଳାଙ୍କ ଠାରୁ ଏହି ଟଙ୍କା ଠକେଇ କରିଛି । ସୂଚନା ଅନୁସାରେ ମହିଳା ଜଣଙ୍କ ଏକ ବଳତ୍କାର ମାମଲାରେ ପିଡ଼ିତ ହୋଇଥିଲେ । ଏଥିପାଇଁ ତାଙ୍କୁ ୨ ଲକ୍ଷ ଟଙ୍କା ସରକାରୀ ସହାୟତା ମିଳିଥିଲା । ଏ କଥା ଉପେନ୍ଦ୍ର ଜେଲରେ ଥିବା ସମୟରେ ମହିଳାଙ୍କୁ ବଳତ୍କାର କରିଥିବା ଅଭିଯୁକ୍ତ ଠାରୁ ଶୁଣିଥିଲା । ତେବେ ବେଲ୍ରେ ଉପେନ୍ଦ୍ର ଆସିବା ପରେ ମହିଳାଙ୍କ ନିକଟକୁ ଯାଇ ଓଡ଼ିଶା ଉଚ୍ଚ ନ୍ୟାୟଳୟରୁ ଆସିଥିବା କହି ଏଭଳି ବଳତ୍କାର ଶୀକାର ହୋଇଥିବା ପୀଡ଼ିତାଙ୍କୁ ସରକାରଙ୍କ ପକ୍ଷରୁ ୧୧ ଲକ୍ଷ ୮୫ ହଜାର ଟଙ୍କା ମିଳିବ ବୋଲି କହିଥିଲା । ତେବେ ଏଥିପାଇଁ ୭୦ ହଜାର ଜମା କରିବାକୁ ପଡ଼ିବ ବୋଲି କହିଥିଲା । ମହିଳାଙ୍କ ପରିବାର ଲୋକ ଏହାକୁ ବିଶ୍ଵାସ କରି ଉପେନ୍ଦ୍ରକୁ ୨୦ହଜାର ଟଙ୍କା ବୁଧବାର ଦେଇଥିଲେ । ଅବଶିଷ୍ଟ ଟଙ୍କା ଧରି ଅନୁଗୁଳ କୋର୍ଟ ନିକଟକୁ ଆସିବାକୁ ଉପେନ୍ଦ୍ର କହିଥିଲା । ଉପେନ୍ଦ୍ରର କହିବା ଅନୁସାରେ ପିଡ଼ିତାଙ୍କ ପରିବାର ଲୋକ ଗୁରୁବାର ଅନୁଗୁଳ କୋର୍ଟ ପାଖରେ ପହଞ୍ଚି ଉପେନ୍ଦ୍ରଙ୍କୁ ଫୋନ କରିଥିଲେ । ଉପେନ୍ଦ୍ର ଅମଲାପଡ଼ାରେ ତାଙ୍କର ଅଫିସ ରହିଛି , ସେଠାକୁ ଆସିବାକୁ କହିଥିଲା । କିନ୍ତୁ ପିଡ଼ିତାଙ୍କ ପରିବାର ଲୋକ ସେଠାକୁ ନ ଯାଇ କୋର୍ଟ ଡ଼ିଏଲଏସ୍ଏ କାର୍ଯ୍ୟାଳୟକୁ ଆସିବାକୁ କହିଥିଲେ । ଏହାପରେ ସେ ପତିତାଙ୍କ ପରିବାର ଲୋକଙ୍କୁ ଗାଳିଗୁଲଜ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା । ତେବେ ପିଡିତାଙ୍କ ପରିବାର ସହ ଆସିଥିବା ଜଣେ ବ୍ୟକ୍ତି ଉପସ୍ଥିତ ବୁଦ୍ଧି ଖଟାଇ ତାଙ୍କୁ ଧରି ଅନୁଗୁଳ ଥାନାକୁ ନେଇ ଯାଇଥିଲେ । ପିଡ଼ିତଙ୍କ ମା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ପୂଜା ନାଁରେ ଚାନ୍ଦା ଆଦାୟ ଅଭିଯୋଗରେ ତିନି ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟ୍ଟା ଗାଁରେ କାଳୀପୂଜା ପାଇଁ ବିଭିନ୍ନ ଯାନବାହାନରୁ ବେଆଇନ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ପୁଲିସ ୩…
ଜିଲ୍ଲାପାଳଙ୍କ ନାମରେ ଫେକ କଲ କରି ଯୁବକ ଗିରଫ ଅନୁଗୁଳ – ଅନୁଗୁଳ କଲେକ୍ଟର କହୁଛି । ତୁମ ବ୍ଳକର ଜଣେ ଜେଇଙ୍କ ବଦଳି ଅନୁଗୁଳ ଜିଲ୍ଲାକୁ ହୋଇଛି । ତାହା ବାତିଲ କର । ଜୟପୁର…
ବ୍ରାଉନସୁଗାର ଜବତ – ବିକ୍ରି କରୁଥିବା ଅଭିଯୋଗରେ ମହିଳା ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେର ଦେଉଳବେଡା କଲୋନିରୁ ଅବକାରୀ ବିଭାଗ ଦ୍ଵାରା ୧୮ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ବିକ୍ରି କରୁଥିବା ଅଭିଯୋଗରେ…