ଅପରାଧ ଧାନ ତଳି ଗାଈ ଖାଇ ଦେବାକୁ ନେଇ ହତ୍ୟାକାଣ୍ଡ – ସ୍ୱାମୀ ଓ ସ୍ତ୍ରୀଙ୍କୁ ଅଟକ Angul OnlineJuly 11, 2023July 11, 2023 ଅନୁଗୋଳ – ଧାନ ତଳି ଗାଈ ଖାଇ ଦେବାକୁ ନେଇ ହତ୍ୟାକାଣ୍ଡ । ଏଭଳି ଘଟଣା ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନାରାୟଣଚନ୍ଦ୍ରପୁର ଗାଁରେ ଘଟିଛି । ସୂଚନା ଅନୁସାରେ ଗାଁର ଫଡ଼ି ନାଏକଙ୍କ ଜମିରୁ ଧାନ ତଳି ଗାଈ ଖାଇ ଦେଇଥିଲା । ଯାହାକୁ ନେଇ ଗାଈ ମାଲିକ ସୁଶାନ୍ତ ନାଏକଙ୍କ ସହ ଫଡ଼ି ନାଏକଙ୍କ ଝଗଡା ହୋଇଥିଲା । ତେବେ ରାତି ପ୍ରାୟ ୯ ଟା ବେଳେ ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ଝଗଡା ଉଗ୍ରରୂପ ନେଇଥିଲା । ସୁଶାନ୍ତ ଓ ସ୍ତ୍ରୀ ଉତ୍ତ୍ୟକ୍ତ ହୋଇ ଏକ କଟୁରୀ ଓ ତେଣ୍ଟା ସାହାଯ୍ୟରେ ଫଡ଼ିକୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଫଡ଼ି ନାଏକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଆକ୍ରମଣକାରୀ ସ୍ୱାମୀ ଓ ସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି । Advertisement
ଗଛରେ ଝୁଲୁଛି ବୃଦ୍ଧଙ୍କ ମୃତଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା କଲେଇପଦା ଗ୍ରାମରେ ଝୁଲନ୍ତା ଅବସ୍ଥାରେ ଜଣେ ବୃଦ୍ଧଙ୍କ ମୃତଦେହ ଗଛରେ ଆଜି ଦେଖିବାକୁ ମିଳିଛି । ଏହା ହତ୍ୟା ନା…
ଭିଜିଲାନ୍ସ ଜାଲରେ ଆର ଆଇ ଅନୁଗୁଳ – ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଜଣେ ଆରଆଇ ବାବୁ ଧରା ପଡିଛନ୍ତି । ବାବୁ ଜଣଙ୍କ ହେଲେ ଅନୁଗୁଳ ତହସିଲ ଅନ୍ତର୍ଗତ ବନ୍ତଳା…
କାନ୍ଥ ଖୋଳି ଗହଣା ଦୋକାନରୁ ଲକ୍ଷାଧିକ ଟଙ୍କାର ଗହଣା ଲୁଟ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ବଜାର ଉପରେ ଥିବା ଏକ ଗହଣା ଦୋକାନର କାନ୍ଥ ଖୋଲି ଲକ୍ଷାଧିକ ଟଙ୍କା ମୂଲ୍ୟର ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ…