ରାଜନୀତି ସରପଞ୍ଚ ମାନଙ୍କ ସାଙ୍ଗଠନିକ ବୈଠକ Angul OnlineJuly 26, 2023July 26, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ର ସମସ୍ତ ସରପଞ୍ଚ ମାନଙ୍କୁ ନେଇ ଅନୁଗୋଳର ମାରଓ୍ବାଡି ଧର୍ମଶାଳା ଠାରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ କାର୍ଯ୍ୟକାରୀ ସଭାପତି ଦୁର୍ଯୋଧନ ସାହୁ ସଭାପତିତ୍ବ କରିଥିଲେ। ଏହି ସାଙ୍ଗଠନିକ ବୈଠକରେ ଅନୁଗୋଳ, ଆଠମଲ୍ଲିକ, ବଅଁରପାଳ , ଛେଣ୍ଡିପଦା, କିଶୋରନଗର, ତାଳଚେର, କଣିହାଁ, ଓ ପାଲଲହଡ଼ା ବ୍ଲକ ର ସମସ୍ତ ସରପଞ୍ଚ ଯୋଗ ଦେଇଥିଲେ । ସମସ୍ତ ସରପଞ୍ଚ ନିଜର ପରିଚୟ ପଦାନ କରିବା ପରେ ସରପଞ୍ଚ ମାନଙ୍କ ସୁବିଧା ଅସୁବିଧା ଉପରେ ଆଲୋଚନା ହୋଇଥିଲା । ପଞ୍ଚାୟତ ସ୍ତରରେ ପ୍ରତ୍ୟେକ ସରପଞ୍ଚ ମାନଙ୍କର ଅଧିକାର ଉପରେ ହସ୍ତକ୍ଷେପ କରାଯାଉଛି । ଏଣୁ ଏହାକୁ ବିରୋଧ କରିବା ସହିତ ନିନ୍ଦା କରାଯାଇଥିଲା । ପଞ୍ଚାୟତରେ କରାଯାଉଥିବା ପ୍ରତ୍ୟେକ କାର୍ଯ୍ୟର ବିଲ୍ କରି ଯଥା ଶିଘ୍ର ଅର୍ଥପ୍ରଦାନ କରାଯାଉନାହିଁ ସେ ବିଷୟରେ ଆଲୋଚନା କରା ଯାଇଥିଲା । ପ୍ରତ୍ୟେକ ପଞ୍ଚାୟତକୁ ଜଣେ ଜେଇ,ଜିଆରଏସ୍ ଓ ପିଓ ନିଯୁକ୍ତି ଦେବା ଆବଶ୍ୟକ । ପଞ୍ଚାୟତରେ ହେବାକୁ ଥିବା ପ୍ରତ୍ୟେକଟି କାର୍ଯ୍ୟ ସରପଞ୍ଚ ମାନଙ୍କୁ ଜଣାଇବା ପରେ କାର୍ଯ୍ୟ କରାଯିବ । ଏଭଳି ଅନେକ ବିଷୟରେ ଆଲୋଚନା କରାଯାଇଥିଲା । ଏହା ସହ ଆଜିଠାରୁ ଠାରୁ ସ୍ଥାୟୀ କମିଟି ଚୟନ ହେବାଯାଏ ଦୁର୍ଯୋଧନ ସାହୁ କାର୍ଯ୍ୟ ତୁଲାଇବା ସହିତ ସମସ୍ତ ବ୍ଲକ୍ର ବଛା ଯାଇଥିବା ଭାଇ ଭଉଣୀ ମାନେ ସଠିକ୍ ରୂପେ ଦାୟିତ୍ୱ ତୁଲାଇବାର ନିଷ୍ପତ୍ତି ଗୃହିତ କରାଗଲା । ସର୍ବଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ଶେଷ କରାଗଲା । Advertisement
ସମ୍ବଲପୁରରୁ ଧର୍ମେନ୍ଦ୍ର , ଢେଙ୍କାନାଳରୁ ରୁଦ୍ର ହେବେ ସାଂସଦ ପ୍ରାର୍ଥୀ – ତାଲିକା ଘୋଷଣା କଲା ବିଜେପି ଅନୁଗୁଳ – ନିର୍ବାଚନ ତାରିଖ ଘୋଷଣା ପରଠାରୁ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ରାଜନୈତିକ ଶିବିର । ଓଡ଼ିଶାରେ ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ହେବ ବୋଲି ଯେଉଁ…
ପୂର୍ବତନ ପୌରାଧ୍ୟକ୍ଷଙ୍କ ସମେତ ଅନେକ ବିରୋଧୀଙ୍କ ବିଜେଡ଼ିରେ ଯୋଗଦାନ ଅନୁଗୁଳ – ପୌରପାଳିକା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜୁ ଯୁବ ଜନତା ଦଳରେ ଅନୁଗୁଳ ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ଅକ୍ଷୟ ସାମନ୍ତ…
ବିଜେପି ନେତା ସଂଗ୍ରାମ ମହାପାତ୍ରଙ୍କ ନାକିଚିରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ କିଶୋରନଗର – ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ନାକିଚି ଆମ୍ବତଟା ଠାରେ ମୋଦି ଜି ଙ୍କର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ବ୍ୟାପି ଚାଲିଥିବା ମହା…