ମୁଖ୍ୟ ଖବର କୂଅରେ ପଡି ନାବାଳକ ମୃତ Angul OnlineAugust 4, 2023August 4, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଟାସରା ଗାଁରେ ଗାଧେଇବାକୁ ଯାଇ କୂଅରେ ପଡି ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତ ନାବାଳକ ଜଣଙ୍କ କ୍ଷୀରୋଦ ସାହୁଙ୍କ ୧୦ ବର୍ଷର ପୁଅ ଶ୍ରୀୟାଂଶୁ ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ଆଜି ସକାଳେ ଶ୍ରୀୟାଂଶୁ ବାଡ଼ି ପଟରେ ଥିବା କୂଅକୁ ଗାଧେଇବାକୁ ଯାଇଥିଲେ । ତେଣ୍ଡାରେ ସେ ପାଣି ଟାଣୁଥିବା ବେଳେ ହଠାତ ତାଙ୍କ ଗୋଡ ଖସି ଯାଇ ସେ କୂଅରେ ପଡି ଯାଇଥିଲେ । ତେବେ ସେ କୂଅରେ ପଡିଥିବା କେହି ଜାଣି ନଥିବା ବେଳେ ଘରକୁ ନ ଫେରିବାରୁ ଘରଲୋକ ଖୋଜାଖୋଜି କରି ତାଙ୍କୁ କୂଅ ଭିତରୁ ଉଦ୍ଧାର କରିଥିଲେ । ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । Advertisement
ରବିବାରଠାରୁ ବାଲି , ପଥର , ମୋରମ ପରିବହନ ବନ୍ଦ ରହିବ ଅନୁଗୁଳ – ଆସନ୍ତାକାଲି(୧୦/୧୧/୨୪) ଠାରୁ ଅନୁଗୁଳ ଟିପର ଓ ହାଇୱା ମାଲିକ ସଂଘ ପକ୍ଷରୁ ବାଲି, ଗୋଡ଼ି, ମାଟି, ମୋରମ୍ ଇତ୍ୟାଦି ଖଣିଜ ଦ୍ରବ୍ୟ ପରିବହନ ଅନିର୍ଦିଶ୍ଟ…
କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠର ସୁସୁଡା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଜଣେ କଲେଜ ଛାତ୍ରୀ ବେକରେ ରଶି ଦେଇ ଆତ୍ମହତ୍ୟା କରିଛନ୍ତି । ମୃତ କଲେଜ…
ବଅଁରପାଳ-ମହୀଧରପୁର ରାସ୍ତା ହେବ ୪ ଲାଇନ ବିଶିଷ୍ଟ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଅତିକ୍ରମ କରିବ ଆଉ ଏକ ଜାତୀୟ ରାଜପଥ । ଏ ନେଇ ଆଜି ଜାତୀୟ ରାଜପଥ ଓ ପୂର୍ତ୍ତ ବିଭାଗ…