ମୁଖ୍ୟ ଖବର ବଜ୍ରପାତରେ ନାବାଳକ ମୃତ Angul OnlineJuly 22, 2021July 22, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଶିଙ୍କୁଳାପାଟ ଗ୍ରାମରେ ଗୁରୁବାର ବଜ୍ରପାତରେ ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତ ନାବାଳକ ହେଲେ ଶିଙ୍କୁଳାପାଟ ଗ୍ରାମର ରମେଶ ମାଝିଙ୍କ ୧୫ ବର୍ଷୀୟ ପୁଅ ମହେଶ ମାଝି ବୋଲି ଜଣାପଡିଛି । ସୂଚନା ଅନୁସାରେ ମହେଶ ସାଇକେଲରେ ଜୟପଙ୍ଗା ଗ୍ରାମରୁ ନିଜ ଗ୍ରାମ ଶିଙ୍କୁଳାପାଟକୁ ଫେରୁଥିବାବେଳେ ଜୟପଙ୍ଗା ଓ ଶିଙ୍କୁଳାପାଟ ଗ୍ରାମ ମଝିରେ ଥିବା ବିଲମାଳ ଠାରେ ବଜ୍ରପାତ ହେବାରୁ ଘଟଣା ସ୍ଥଳରେ ମହେଶ ଚେତାଶୁନ୍ୟ ହରାଇ ପଡିଯାଇଥିଲେ । ପରିବାର ଲୋକ ଘଟଣା ସ୍ଥଳରୁ ଚିକିତ୍ସା ପାଇଁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘେଷଣା କରିଥିଲେ । ଛେଣ୍ଡିପଦା ପୁଲିସ ଘଟଣା ସ୍ଥଳରେ ପହଁଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଅବେଳେ ମହେଶଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି । Advertisement
ମା ହିଙ୍ଗୁଳାଙ୍କ ଜନ୍ତାଳ ଯାତ୍ରା ଅନୁଷ୍ଠିତ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଜନ୍ତାଳ ପର୍ବ ଆଜି ରୀତି ନୀତି ଅନୁସାରେ ପାଳିତ ହୋଇଛି ।…
ନାବଳିକାକୁ ଦୁଷ୍କର୍ମ ମାମଲାରେ ସୁବୁକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବହୁ ଚର୍ଚ୍ଚିତ ବସଷ୍ଟାଣ୍ଡ ନିକଟରେ ଘଟିଥିବା ନାବାଳିଆ ଦୁଷ୍କର୍ମ ମାମଲାରେ ଶୁଭ୍ରାଂଶୁ ପଟ୍ଟନାୟକ ( ସୁବୁ)କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ମାନ୍ୟବର…
ରାସ୍ତାରେ ଜଳିଗଲା ସ୍କୁଟି ଅନୁଗୁଳ – ରାସ୍ତାରେ ସ୍କୁଟି ଚଲାଇ ଯାଉଥିବା ବେଳେ ଜଳିଗଲା ସ୍କୁଟି । ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର-ସାତମାଇଲ ରାସ୍ତାର ମାଧିଆମୁଣ୍ଡା ଗ୍ରାମ ନିକଟରେ ଏଭଳି…