ମୁଖ୍ୟ ଖବର ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ମା ଓ ୩ ବର୍ଷ ପୁଅର ଜୀବନ Angul OnlineDecember 19, 2024December 19, 2024 ଅନୁଗୁଳ – ଜାତୀୟ ରାଜପଥ ୫୫ ର ନୁଆଁହତା ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କୋଇଲା ବୋଝେଇ ଟ୍ରକ ଚାପାରେ ମା ଓ ୩ ବର୍ଷ ପୁଅର ଜୀବନ ଚାଲି ଯାଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ରୋହିତ ରାଠୋର ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ମନୀଷା ସାଆ ଓ ୩ ବର୍ଷର ପୁଅ ହର୍ଷଦ ରାଠୋର ସହ ମୋଟରସାଇକେଲରେ କଣ୍ଟାବଣିଆ ଆଡୁ ବଅଁରାପାଳ ଆଡକୁ ଯାଉଥିଲେ । ନୁଆଁହତା ଓଭରବ୍ରିଜ ତଳେ ହୋଇଥିବା ବେଳେ ଏକ କୋଇଲା ବୋଝେଇ ଟ୍ରକ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ମାଆ ଓ ପୁଅଙ୍କ ମୃତ୍ୟୁ ହୋଇଥିଲା । ବାପା ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଲୋକ ସହାୟତାରେ ତାଙ୍କୁ ଡାକ୍ତରଖାନାକୁ ପଠା ଯାଇଛି । ତେବେ ଘଟଣାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି । ପୁଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲା । Advertisement
ଠକେଇ ଅଭିଯୋଗରେ ମହିଳା ଗିରଫ ଅନୁଗୁଳ – ଜାଲ ଦସ୍ତଖତ କରି ଟଙ୍କା ଉଠାଇବା ଅଭିଯୋଗରେ ଅନୁଗୁଳ ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି । ମହିଳା ଜଣଙ୍କର ହେଲେ ଅନୁଗୁଳ ସହର…
ଓଡିଶା ରାଜ୍ୟ ଟ୍ରକ ମାଲିକ ମହାସଂଘ – ବିଭୁତି ସଭାପତି , ଦିଲ୍ଲୀପ କାର୍ଯ୍ୟକାରୀ ସଭାପତି ଅନୁଗୁଳ – ଓଡିଶା ରାଜ୍ୟ ଟ୍ରକ ମାଲିକ ମହାସଂଘ ୨୦୨୨-୨୫ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ଓ ଶପଥ ପାଠ ଉତ୍ସବ କଟକ ଜିଲ୍ଲା ଖୁଣ୍ଟୁଣୀ ଠାରେ…
ଗରାଖଙ୍କୁ ହାଇରାଣ କରି ବ୍ୟାଙ୍କ୍ ଗଣିଲା ଜୋରିମନା ଅନୁଗୁଳ – ଜଣେ ବୃଦ୍ଧାଙ୍କ ଆକାଉଣ୍ଟକୁ ଫ୍ରିଜ କରିବା ଆଉ ତାଙ୍କୁ ଟଙ୍କା ନଦେବା ଫଳରେ ବ୍ୟାଙ୍କକୁ ଜୋରିମନା ଗଣିବାକୁ ପଡିଛି । ଅନୁଗୁଳ ଜିଲ୍ଲା ଖାଉଟି…