ହାଇୱା ଧକ୍କାରେ ମୋଟରସାଇକେଲ ଆରୋହୀ ମୃତ

ହାଇୱା ଧକ୍କାରେ ମୋଟରସାଇକେଲ ଆରୋହୀ ମୃତ

ନାଲକୋନଗର – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ଜାତୀୟ ରାଜପଥ ନାଲକୋନଗର ଥାନା ଅନ୍ତର୍ଗତ ଦୈନିକ କୃଷକ ବଜାର ସମ୍ମୁଖରେ ଆଜି (ରବିବାର) ରାତି ୯ଘଟିକା ସମୟରେ ଏକ ପାଉଁଶ ବୋଝେଇ  ହାଇୱା ଧକ୍କାରେ ଜଣେ ମୋଟରସାଇକେଲ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ମୃତକ ଜଣଙ୍କ ହେଲେ କାମାକ୍ଷାନଗର ଅନ୍ତର୍ଗତ  ବାଉଁଶପାଳ ଗ୍ରାମର ନିର୍ମଳ ସାହୁଙ୍କ ପୁତ୍ର ଅନିଲ ସାହୁ ସେ ନିଜ କୁଲାଡ଼ରେ ତାଙ୍କ ଭାଇଙ୍କୁ ଦେଖା କରି ସାରି ବଡକେରା ଶଶୁର ଘରକୁ  ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ମିଳିଥିବା ସୂଚନା ଅନୁଯାୟୀ ୫୫ଜାତୀୟ ରାଜପଥ ଦେଇ ଅନଗୁଳରୁ ବଅଁରପାଳ ଅଭିମୁଖେ ଯାଉଥିବା ଏକ  ପାଉଁଶ ବୋଝେଇ ହାଇୱା ଟ୍ରକ ଅନିଲ ଏକ କଳା ରଙ୍ଗର ପଲସର (ଗାଡି ଓଡି-୦୬ଜି-୦୬୯୫) ରେ ଯାଉଥିବା ବେଳେ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଅନିଲ ହାଇୱା ଗାଡିର ଚକା ତଳେ ପଡି ଯାଇଥିଲେ । ତାଙ୍କ ମୁଣ୍ଡରେ ଚକ ଚଢି ଯାଇଥିଲା ଫଳରେ ହେଲମେଟ ପିନ୍ଧିଥିବା ସତ୍ବେ ଅନିଲ ମୁଣ୍ଡ କାପ୍ୟ ହୋଇଯିବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଲା ବେଳେ ହାଇୱା ଚାଳକ ଗାଡି ଛାଡି ଫେରାର ହୋଇଯାଇଥିଲା । ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ କରୁଛି

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply