ଭଲ ଖବର ସ୍କୁଲ ଛାତ୍ରଙ୍କ ନୂଆଁ ଉଦ୍ଭାବନ – ବିନା ଚେନରେ ସାଇକେଲ Angul OnlineMarch 16, 2022March 16, 2022 ତାଳଚେର – ସମସ୍ୟା ସହ ଲଢ଼ିବାର ଇଛାଶକ୍ତି ଆଗରେ ସବୁକିଛି ତୁଚ୍ଛ ପଡିଯାଏ । ଆଉ ବ୍ୟକ୍ତି ସବୁକିଛି ସାଧନ କରିପାରେ । ଯେମିତି ଏକ ଚେନ ବିହୀନ ସାଇକେଲ ତିଆରି କରି ଉଦାହରଣ ସାଜିଛନ୍ତି ତାଳଚେର ହାଣ୍ଡିଧୁଆ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ର ଅଭିଜିତ ସାହୁ । ଆପଣ ମାନେ ସାଇକେଲ ଚଳାଇ ଯାଉଥିବା ବେଳେ ସାଇକେଲର ଚେନ ଛିଣ୍ଡିବା କିମ୍ବା ଫିଟିବା ଯୋଗୁଁ ଅନେକ ଥର ଅସୁବିଧାର ସମ୍ମୁଖୀନ ହୋଇଥିବେ । ଠିକ ସେମିତି ସେଦିନ ନବମ ଶ୍ରେଣୀ ର ଛାତ୍ର ଅଭିଜିତ ସାହୁ ତରବରରେ ସ୍କୁଲ ଯାଉଥିବା ସମୟରେ ହଠାତ ଦିନେ ସାଇକେଲର ଚେନ ଟି ଛିଡିଯାଏ ଆଉ ସ୍କୁଲ ରେ ପହଁଚିଲା ବେଳକୁ ଶ୍ରେଣୀରେ ପାଠ ପଢା ଆରମ୍ଭ ହୋଇଯାଇଥିଲା । ଫଳରେ ଶିକ୍ଷକଙ୍କ ରାଗର ଶିକାର ହୋଇଥିଲେ ଛାତ୍ର ଅଭିଜିତି ସାହୁ । ଆଉ ବିଳମ୍ବ ହେବ ନାହିଁ ବୋଲି ଶିକ୍ଷକଙ୍କୁ ପ୍ରତିଶ୍ରୁତି ଦେଇ ଶ୍ରେଣୀରେ ପ୍ରବେଶ କରିଥିଲେ । କିନ୍ତୁ ମନରେ ଗୋଟିଏ କଥା ଥାଏ କେମିତି ବିନା ଚେନରେ ତାଙ୍କ ସାଇକେଲଟି ଗଡିବ ? ଆଉ ତାପରେ ସେ ଆରଂଭ କରିଥିଲେ ପ୍ରସ୍ତୁତି । ଅଭିଜିତ ବିନା ଚେନରେ ସାଇକେଲ ଟିଏ ତିଆରି ପାଇଁ ମଡେଲ ତିଆରି କରିଥିଲେ । ଆଉ ଏଥିରେ ତାଙ୍କୁ ସହଯୋଗର ହାତ ବଢାଇଥିଲେ ସ୍କୁଲର ବିଜ୍ଞାନ ଶିକ୍ଷକ । ଗୋଟାଏ ପୁରୁଣା ସାଇକେଲକୁ ଆଣି ସେଥିରୁ ଚେନ କାଢି ବେରିଂ ଓ ସାଫଟ ଯୋଡିଲେ । ଯେମିତି ପେଡାଲ ମାରିଲେ ସାଫ୍ଟ ମାଧ୍ୟମରେ ସାଇକେଲ ଚକ ବୁଲିବ । ଆଉ ତାହାମଧ୍ୟ ସଫଳ ହେଲା । ଏବେ ଏହି ସାଇକେଲଟି , ଓସେପା ପକ୍ଷରୁ ଇଂନସ୍ପାୟର ଆୱାଡ଼ ପାଇଁ ଜାତୀୟ ସ୍ତରକୁ ମଦ୍ୟ ମନୋନୀତ ହୋଇଛି । ତେବେ ସାଇକେଲ ତିଆରି ପରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ବେଳେ ଅଭିଜିତ ଆଉ କିଛି ଏହିପରି ସାଇକେଲ ତିଆରି କରିବା ପାଇଁ ଲକ୍ଷ ରଖିଛନ୍ତି । ହେଲେ ଏଥିପାଇଁ ଅର୍ଥର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଅଭିଜିତ । ଅଭିଜିତଙ୍କ ଏଭଳି ଏକ ଉଦ୍ଭାବନ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ବେଶ ପ୍ରଶଂସା ମିଳିଛି । Advertisement
ଗାଁର ଝିଅ ଏବେ ଓସିଏ ଟେକ୍ନିକାଲ୍ ଆନାଲିଷ୍ଟ୍ ଅନୁଗୁଳ: ଗାଁର ଝିଅ ଏବେ ରାଜ୍ୟସ୍ତରର ମହିଳା କ୍ରିକେଟ୍ ଖେଳାଳୀଙ୍କ ମାର୍ଗଦର୍ଶକ । ନିଜ ସ୍ୱପ୍ନ ସିନା ପୂରଣ କରିପାରିଲେନି । କିନ୍ତୁ ଅନ୍ୟ କ୍ରିକେଟ୍ ଖେଳାଳୀଙ୍କୁ…
୨୦୨୭ ମସିହା ସେପ୍ଟେମ୍ବର ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବ NTPC TTPS ଅନୁଗୁଳ – ୨୦୨୭ ମସିହା ସେପ୍ଟେମ୍ବର ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବନ୍ଦ ହୋଇ ଯାଇଥିବା NTPC TTPS ର ପ୍ରଥମ ୟୁନିଟ । ଏଥିପାଇଁ ପ୍ଲାଣ୍ଟର…
ବିପଦ ବେଳେ – ବାପୁଜୀ ଅନୁଗୁଳ – ଯୁବ ଅବସ୍ଥାରେ ସମସ୍ତଙ୍କର ସ୍ୱପ୍ନ ଥାଏ କିଏ ଡାକ୍ତର ହେବ , କି ଇଞ୍ଜିନିୟର ହେବ , କି ବେପାର ବଣିଜ କରିବ ତ…