ମୁଖ୍ୟ ଖବର ବସରେ ଘରକୁ ଯାଉଥିବା ବେଳେ ଉଡିଗଲା ପ୍ରାଣବାୟୁ Angul OnlineAugust 29, 2024August 29, 2024 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ଦେଇ ଯାଉଥିବା ଏକ ଯାତ୍ରୀ ବାହୀ ବସରେ ଯାଉଥିବା ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ହଣ୍ଡପା ଥାନା ସାନଗୋବିନ୍ଦପୁର ଗ୍ରାମର ନିରାକାର ଦେହୁରୀ । ଘଟଣାରୁ ପ୍ରକାଶ ନିରାକାର ଦେହୁରୀ କିଛି ଦିନ ହେବ ରିଆମାଳ ଥାନା ଅଞ୍ଚଳରେ ରହୁଥିବା ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିଲେ । ସେଠାରୁ ସେ ଏକ ଘରୋଇ ବସରେ ନିଜ ଘରକୁ ଫେରୁଥିବା ବେଳେ ବାଗଡିଆ ଠାରେ ବୃଦ୍ଧଙ୍କର ମୃତ୍ୟୁ ହୋଇଯାଇଥିବା ବସ କର୍ମଚାରୀ ମାନେ ସନ୍ଦେହ କରି ବାଗଡିଆ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର ଘୋଷଣା କରିଥିଲେ । ଖବର ପାଇ ବାଗଡିଆ ଥାନା ପୁଲିସ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଶଵ ଗୃହକୁ ନେଇ ଯାଇଥିଲେ । ସନ୍ଧ୍ୟା ହୋଇ ଯାଇଥିବାରୁ ଶୁକ୍ରବାର ଶଵ ବ୍ୟବଚ୍ଛେଦ କରିବା ପରେ ମୃତକଙ୍କ ଶବକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ପ୍ରକାଶ କରିଛି । Advertisement
ବେଆଇନ ଭାବେ ଗଛିତ ବାଣ ଗୋଦାମରେ ଚଢାଉ – ବିପୁଳ ବାଣ ଜବତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଘୁଆବୋଲ ଅଙ୍ଗାରୁଆ ୨୧ ନମ୍ବର ୱାର୍ଡ ଅଂଚଳ ଏକ ଘରୁ ବିପୁଳ ପରିମାଣର ବାଣ ଜବତ । ପୁଲିସ ଓ…
୧୫ ଘଣ୍ଟା ପଡି ରହିଲା ମୃତଦେହ – ପର ହେଲେ ପରିବାର , ସତ୍କାର କଲା ପ୍ରଶାସନ ଅନୁଗୁଳ – କରୋନାର ଭୟାବହତା ମଣିଷ ମନରୁ ମାନବିକତା ମାରିବାକୁ ବସିଲାଣି । ଏହି ରୋଗ ପାଇଁ କେଉଁଠି ବାପ ଶବ ପୁଅ ଛୁଇଁନି ତ ଆଉ…
ବଦଳିଲେ ୯ ଥାନାର ଅଧିକାରୀ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଇନ୍ସପେକ୍ଟର ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ଏଥିରେ ୯ଟି ଥାନାର ଭାରପ୍ରାପ୍ତ ଅଧିକାରୀ ବଦଳି ହୋଇଛନ୍ତି । ଏହି…