ଅପରାଧ ନିଜ ଦେହରେ କିରୋସିନ ଢାଳି ଅନ୍ତଃସତ୍ଵା ମହିଳାଙ୍କ ଆତ୍ମହତ୍ୟା Angul OnlineJanuary 27, 2021January 27, 2021 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ଜମରଡିହ ଗାଁ ରେ ବୁଧବାର ନିଜ ଦେହ ରେ କିରୋସିନ ଢାଳି ଅନ୍ତଃସତ୍ଵା ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଜମରଡିହ ଗ୍ରାମର ଶଙ୍କର ଧୀବରଙ୍କ ସ୍ତ୍ରୀ ପ୍ରଣତି ଧୀବର ୯ ମାସର ଅନ୍ତଃସତ୍ଵା ଥିଲେ । ଆଜି ସନ୍ଧ୍ୟା ସମୟରେ ଘରେ କେହି ନଥିବା ସମୟରେ ସେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ ଚିତ୍କାର ଶୁଣି ଗ୍ରାମବାସୀ ଘରେ ପହଞ୍ଚିବା ବେଳକୁ ପ୍ରଣତି ଘର ଦୁଆରରେ ପଡିଥିବା ଦେଖିଥିଲେ । ସେତେବେଳକୁ ପ୍ରଣତିଙ୍କ ମୃତ୍ୟୁ ହୋଇ ସାରିଥିଲା । ମୃତ ପ୍ରଣତିଙ୍କ ସ୍ୱାମୀ ଶଙ୍କର କେନ୍ଦୁଝର ଅଞ୍ଚଳରେ କାମ କରୁଥିବାବେଳେ ସେ ଘରେ ରହୁ ନଥିଲେ । ପ୍ରଣତି ଘରେ ନିଜ ଶଶୁର, ଦେଢଶୁର ଏବଂ ଦୁଇ ଛୁଆଙ୍କ ସହ ରହୁଥିବାବେଳେ କାହିଁକି ଆତ୍ମହତ୍ୟା କଲେ ତାହା ଜଣା ପଡି ନାହିଁ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ତଦନ୍ତ ପରେ ହିଁ ନିଆଁ କେମିତି ଲାଗିଲା ଆଉ ମୃତ୍ୟୁ କିଭଳି ହେଲା ତାହା ଜଣା ପଡିବ । Advertisement
୧୦ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ ଅନୁଗୋଳ – ବାହାଘର କାର୍ଡ ବାଣ୍ଟିବା ନାମରେ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗ ହାତରେ ଧରା ପଡିଲେ ଗଞ୍ଜେଇ ମାଫିଆ । ସୂଚନା ଅନୁସାରେ ବୌଦ୍ଧ…
ବଜାର ଭିତରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା ଅନୁଗୋଳ – ଅନୁଗୋଳ ସହର ଶାନ୍ତି ବଜାର ନିକଟରେ ଜଣେ ବେପାରୀ ଠାରୁ ୨ ଦୁର୍ବୃତ୍ତ ଲକ୍ଷାଧୂକ ଟଙ୍କା ଲୁଟି ନେଇଥିବା ଜଣା ପଡ଼ିଛି । ଶୁକ୍ରବାର…
ଘର ଭିତରେ ମହିଳାଙ୍କୁ ବାନ୍ଧି ଲକ୍ଷାଧିକ ଟଙ୍କା ମୂଲ୍ୟର ଗହଣା ଓ ଟଙ୍କା ଲୁଟ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ବାଲୁଙ୍ଗା ଗାଁରେ ଏକୁଟିଆ ଥିବାର ସୁଯୋଗ ନେଇ ଘର ଭିତରେ ଜଣେ ମହିଳାଙ୍କୁ ବାନ୍ଧି ଟଙ୍କା, ସୁନା…