ଆଞ୍ଚଳିକ ନଦୀରେ ବୁଡି ମହିଳା ନିଖୋଜ Angul OnlineAugust 27, 2021August 27, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କଇଁଛପଦା ଗାଁ ନିକଟ ଦେଇ ଯାଇଥିବା ଟିକିରା ନଦୀକୁ ଗାଧୋଇବାକୁ ଯାଇ ଜଣେ ମହିଳା ନିଖୋଜ ହୋଇ ଯାଇଛନ୍ତି । ନିଖୋଜ ମହିଳା ଜଣକ ହେଲେ କଇଁଛପଦା ଗାଁର ପ୍ରଦୀପ ଦେହୁରୀଙ୍କ ସ୍ତ୍ରୀ ଚାରୁ ଦେହୁରୀ ବୋଲି ଜଣାପଡିଛି । ସୂଚନା ଅନୁସାରେ ଚାରୁ ଦେହୁରୀ ଦିନ ୧୨ ଟା ବେଳେ ନଦୀକୁ ଗାଧୋଇବାକୁ ଆସିଥିଲେ । ଗାଧୋଇବା ବେଳେ ଗଭୀର ନଦୀ ସ୍ରୋତରେ ଭାସି ଯାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଟିକିରା ନଦୀରେ ନିଖୋଜ ମହିଳାଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚଳାଇଥିଲେ । ହେଲେ ଦୀର୍ଘ ୬ଘଣ୍ଟା ଖୋଜାଖୋଜି ପରେ ମଧ୍ୟ ମହିଳାଙ୍କ ସନ୍ଧାନ ମିଳି ପାରି ନାହିଁ । Advertisement
ପପୁ ତ୍ରିପାଠୀ ହେଲେ ନିର୍ବାହୀ ଅଧିକାରୀ ଅନୁଗୁଳ – ଅନୁଗୁଳର ପପୁ ତ୍ରିପାଠୀ ନାମରେ ପରିଚିତ ସତ୍ୟ ପ୍ରକାଶ ତ୍ରିପାଠୀ ହେଲେ ଚାନ୍ଦବାଲି ଏନ ଏ ସି ର ନିର୍ବାହୀ ଅଧିକାରୀ । ଆଜି…
ଅଚିହ୍ନା ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରାଞ୍ଚଳ ୧ନମ୍ବର ୱାର୍ଡର ବୀରବରପଲ୍ଲୀ ନିକଟରୁ ଜଣେ ବୃଦ୍ଧଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ତାଙ୍କ ପରିଚୟ ମିଳି…
ଭଡା ବୃଦ୍ଧି ଦାବି ନେଇ ଟ୍ରକ ଯୋଗେ କୋଇଲା ପରିବହନ ବନ୍ଦ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଟ୍ରକ ଭଡା ବୃଦ୍ଧିକୁ ନେଇ ଆଜି ମଧ୍ୟରାତ୍ରିରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଟ୍ରକ ଯୋଗେ…