ମୁଖ୍ୟ ଖବର କେନାଲରେ ବୁଡି ଯୁବକ ନିଖୋଜ – ଖୋଜି ଖୋଜି ନୟାନ୍ତ ହେଲେଣି ଅଗ୍ନିଶମ ଓ ଓଡ୍ରାଫ ଦଳ Angul OnlineJuly 23, 2023July 23, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ବୁଢ଼ାପଙ୍କ ଗାଁ ନିକଟ କେନାଲରେ ବୁଡି ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ନିଖୋଜ ଯୁବକ ଜଣଙ୍କ ହେଲେ ବୁଢ଼ାପଙ୍କ ଗାଁର କିରଟ ନାୟକଙ୍କ ୧୮ ବର୍ଷୀୟ ପୁଅ ସୁବାଶିଷ ନାୟକ । ସୁଚନା ଅନୁସାରେ ସୁବାଶିଷ ଆଜି ମଧ୍ଯାହ୍ନରେ ତାଙ୍କ ବନ୍ଧୁ ବିଶାଲ ରାଉତ , ଶକ୍ତି ପ୍ରସାଦ ରାଉତ ଓ ସୌମ୍ଯ ରଂଜନ ଲେଙ୍କାଙ୍କ ସହ କେନାଲକୁ ଗାଧେଇବାକୁ ଯାଇଥିଲେ । ତେବେ ଅସବଧାନତା ଯୋଗୁଁ ସୁବାଶିଷ ହଠାତ ଗଭୀର ପାଣିକୁ ଚାଲି ଯାଇଥିଲେ । ଅନ୍ଯ ସାଙ୍ଗ ମାନେ ସୁବାଶିଷକୁ ବଞ୍ଚାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ପାଟି ଶୁଣି ଗାଁ ଲୋକ ମଧ୍ଯ ଆସି ଖୋଜାଖୋଜି କରିଥିବା ବେଳେ ସୁବାଶିଷକୁ ପାଣିରୁ ପାଇ ନଥିଲେ । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି କେନାଲ ପାଣିରେ ବୁଡି ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ସୁବାଶିଷଙ୍କୁ ପାଇ ନଥିଲେ । ଶେଷରେ ଓଡ୍ରାଫ ଟିମକୁ ଖବର ଦିଆ ଯାଇଥିଲା । ସନ୍ଧ୍ୟାରେ ଢେଙ୍କାନାଳ ଓଡ୍ରାଫ ଟିମ ଘଟଣା ସ୍ଥଳରେ ପହଞ୍ଚି ପାଣି ଭିତରେ ପ୍ରାୟ ଦୁଇ ଘଣ୍ଟା ଖୋଜିଥିଲା । କିନ୍ତୁ ଖବର ଲେଖାଯିବା ସୁଧା ସୁବାଶିଷଙ୍କ ପତ୍ତା ମିଳି ପାରି ନାହିଁ । ଆସନ୍ତାକାଲି ସକାଳୁ ପୁଣି ଓଡ୍ରାଫ ଟିମ ତାଙ୍କୁ ଖୋଜିବାକୁ ଚେଷ୍ଟା କରିବ । Advertisement
ବାଜିରାଉତ ଛାତ୍ରାବାସରେ ଭବ୍ୟ ନିର୍ମାଣ କରି ହେବ ପର୍ଯ୍ୟଟନ ସ୍ଥଳ ଅନୁଗୋଳ – ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ବିକୃତ ପ୍ରତିମୂର୍ତ୍ତିକୁ ନେଇ ତୁମ୍ବିତୋଫାନ ହେଲାପରେ ହଠାତ୍ ଚେଇଁ ଉଠିଛି ରାଜ୍ୟ ସଂସ୍କୃତି ବିଭାଗ । ଖୋଦ୍ ଓଡ଼ିଆ…
ଓକିଲ ସଂଘ ନିର୍ବାଚନ ଶେଷ ଅନୁଗୁଳ – ଅନୁଗୁଳ ଓକିଲ ସଂଘର ନିର୍ବାଚନ ଶନିବାର ଶେଷ ହୋଇଛି । ୩ ୟ ଥର ପାଇଁ ଆଡଭୋକେଟ ଦିଲ୍ଲିପ ସାହୁ ସଂଘର ସଭାପତିଭାବେ ନିର୍ବାଚିତ…
ଛାତ୍ରୀ ଆସିବା ପରେ ସି ସି ଟିଭି ମୋଡିଦେଲେ ଅଧ୍ୟାପକ – ଅଧ୍ୟାପକଙ୍କୁ ଅଡୁଆ ହେଲା କି କ୍ୟାମେରା ? ଅନୁଗୁଳ – ଅଧ୍ୟାପକଙ୍କୁ ଅଡ଼ୁଆ ସିସିଟିଭି। ସିସିଟିଭିକୁ ମୋଡ଼ି ଉପରମୁହାଁ କରିଛନ୍ତି। କୋଠରିରେ କ’ଣ ହେଉଛି, ଯେମିତି କେହି ଜାଣି ନପାରିବେ, ସେନେଇ ବେଶ୍ ତତ୍ପର ଜଣାପଡ଼ୁଛନ୍ତି…