ମୁଖ୍ୟ ଖବର ସଡକ ଦୁର୍ଘଟଣାରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ମୃତ Angul OnlineMay 28, 2024May 28, 2024 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୪୯ ବତିସୁଆଁ ଛକ ନିକଟ ରେ ଆଜି ଅପରାହ୍ନ ୫ଟା ସମୟରେ ଏକ ଟ୍ରକ , କାରକୁ ଧକ୍କା ଦେବା ଫଳ ରେ ଘଟଣIସ୍ଥଳରେ କାର ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସ୍ଥାନୀୟ ଖମାର ଅଞ୍ଚଳର ପ୍ରସନ୍ନ ପ୍ରଧାନ । ସେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଭାବେ କାର୍ଯ୍ୟରତ ଥିବା ଜଣା ପଡିଛି । ନିଜ କାର୍ଯ୍ୟାସ୍ଥଳରୁ ଘରକୁ ଫେରିବା ବେଳେ ଦୃଘଟଣାର ଶିକାର ହୋଇଥିଲେ । ଘଟଣାସ୍ଥଳରେ ପାଲଲହଡା ପୂଲିସ ପହଞ୍ଚି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ଟ୍ରକ ଟି ମଧ୍ୟ ଓଲଟି ପଡିଛି । Advertisement
ଟ୍ରକ ଧକ୍କାରେ ଦୁଇ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପଵିତ୍ରମୋହନ ଛକ ନିକଟରେ ଦୁର୍ଘଟଣା । ଟ୍ରକ ଧକ୍କାରେ ଦୁଇ ମୋଟରସାଇକେଲ ଆରୋହି ମୃତ । ମୃତକ ମଧ୍ୟରୁ ଜଣେ…
ଝୁଲନ୍ତା ମୃତଦେହ ତଳେ ଜଗି ରହିଛି ପୋଷା କୁକୁର – ପାଖ ମଡାଇ ଦେଉନି କାହାକୁ ଅନୁଗୁଳ – ଝୁଲି ରହିଛି ବୃଦ୍ଧଙ୍କ ମୃତଦେହ । ମୃତଦେହ ତଳେ ଜଗି ରହିଛି ମୃତକଙ୍କ ପୋଷା କୁକୁର । ମୃତ ଦେହ ପାଖ ଭର୍ତ୍ତି କରି…
ଶ୍ଵାସରୁଦ୍ଧ ହୋଇ ବୃଦ୍ଧ ଦମ୍ପତ୍ତି ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କର୍ଣ୍ଣପୁର ପଞ୍ଚାୟତ ସାନଜୋରଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଘରେ ଶୋଇଥିବା ବେଳେ ଶ୍ଵାସରୁଦ୍ଧ ହୋଇ…