ଅପରାଧ ଚାକିରି ଲୋଭ ଦେଖାଇ କାର ଭିତରେ ମହିଳାଙ୍କୁ ଅସଦାଚରଣ Angul OnlineApril 3, 2022April 3, 2022 ଅନୁଗୁଳ – ଚାକିରି ଲୋଭ ଦେଖାଇ କାର୍ ଭିତରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ । କାର ଭିତରୁ କୌଶଳ କ୍ରମେ ଖସି ଆସି ଥାନାର ଦ୍ୱାରସ୍ଥ ହେଲେ ମହିଳା । ଏଭଳି ଘଟଣା ଅନୁଗୁଳରେ ଘଟିଛି । ପୁଲିସରେ ହୋଇଥିବା ଅଭିଯୋଗ ଅନୁସାରେ ଅସଦାଚରଣର ଶିକାର ହୋଇଥିବା ମହିଳା ଜଣଙ୍କ ତାଙ୍କ ସ୍ଵାମୀଙ୍କ ସହ ଅନୁଗୁଳ ସହରରେ ରହୁଥିବା ବେଳେ ତାଙ୍କ ସ୍ୱାମୀ ଚାକିରି ଅନ୍ବେଷଣରେ ଥିଲେ । ଅନୁଗୁଳ ସୀମାନ୍ତ ଏକ ଶିଳ୍ପସଂସ୍ଥାରେ ଚାକିରି ପାଇଁ ଉକ୍ତ ସଂସ୍ଥାର ଜଣେ କର୍ମଚାରୀଙ୍କ ସହ ତାଙ୍କର ଯୋଗାଯୋଗ ହୋଇଥିଲା । ମାତ୍ର ସମ୍ପୃକ୍ତ କର୍ମଚାରୀ ଚାକିରି ଦେବାର ପ୍ରଲୋଭନ ଦେଖାଇ ପୀଡ଼ିତାଙ୍କ ସହ ଫୋନ୍ରେ ଅନେକ ସମୟରେ କଥା ହୋଇଥିଲେ । ଏହି କଥାବାର୍ତ୍ତା ବେଳେ ଚାକିରି ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି କହିଥିଲେ । ତେବେ ଶୁକ୍ରବାର ସନ୍ଧ୍ୟାରେ ସମ୍ପୃକ୍ତ ଶିଳ୍ପସଂସ୍ଥା କର୍ମଚାରୀ ମହିଳାଙ୍କୁ ଫୋନ୍ କରି , ସ୍ବାମୀଙ୍କ ସମସ୍ତ ଡକ୍ୟୁମେଣ୍ଟ୍ ଧରି ଶିଶୁ ଉଦ୍ୟାନ ପାଖକୁ ଆସିବାକୁ କହିଥିଲେ । ଚାକିରି ପାଇଁ ବ୍ୟଗ୍ର ଥିବା ମହିଳା ତାଙ୍କ କଥା ମାନି ଶିଶୁ ଉଦ୍ୟାନଠାରେ ତାଙ୍କୁ ଦେଖା କରିଥିଲେ । ଶିଳ୍ପସଂସ୍ଥା କର୍ମଚାରୀ ତାଙ୍କୁ ଏକ ନିରୋଳା ସ୍ଥାନକୁ ଯିବାକୁ ପ୍ରସ୍ତାବ ଦେଇଥିଲା । ମହିଳା ରାଜି ହୋଇନଥିଲେ । ତେଣୁ ଠିକାସଂସ୍ଥା କର୍ମଚାରୀ ନିଜ କାର୍ ଭିତରକୁ ମହିଳାଙ୍କୁ ଟାଣି ନେଇ ଅସଦାଚରଣ କରିଥିଲେ । ଚାକିରି ପାଇବାକୁ ହେଲେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ପଡ଼ିବ ବୋଲି ବାଧ୍ୟ କରିଥିଲେ । ତେବେ ମହିଳା ଜଣଙ୍କ କୌଶଳ କ୍ରମେ ସମ୍ପୃକ୍ତ କର୍ମଚାରୀଙ୍କ କବଳରୁ ମୁକୁଳି ଆସି ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘଟଣାରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି । Advertisement
ମହିଳାଙ୍କୁ ଅସଦାଚରଣ ମାମଲାରେ ପୂର୍ବତନ ଅଧ୍ୟକ୍ଷ ଗିରଫ ଛେଣ୍ଡିପଦା – ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଉଦୟ ନାଥ ବେହେରା ମହିଳାଙ୍କୁ ଅସଦାଚରଣ ମାମଲାରେ ଗିରଫ ହୋଇଥିବା ଜଣା ପଡିଛି । ଶୁକ୍ରବାର ଦିନ…
ଛେଳି ଚୋରି ଅଭିଯୋଗରେ ତିନି ଜଣଙ୍କୁ ବାନ୍ଧିଲା ପୁଲିସ ଅନୁଗୁଳ – ଛେଳି ଚୋରି କରିବା ଅଭିଯୋଗରେ ଅନୁଗୁଳ ସଦର ଥାନା ପୁଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ…
ଦୀର୍ଘ ୧୦ ବର୍ଷ ହେଲା ଚାଲିଥିଲା ସେକ୍ସ ରାକେଟ – ଚଢାଉ କଲା ସ୍ପେସିଆଲ ସ୍କ୍ବାର୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ସିପିପି ସ୍ଥିତ ଅସ୍ଥାୟୀ ବସଲା ହଟିଂ ନିକଟରୁ ସେକ୍ସ ରାକେଟ ଠାବ କରିଛି ଅନୁଗୁଳ ସ୍ପେସିଆଲ ସ୍କ୍ବାର୍ଡ ।…