ମୁଖ୍ୟ ଖବର ଭସାଣି ବେଳେ ଦୁର୍ଘଟଣା – ୫ ଆହତ Angul OnlineOctober 23, 2021October 23, 2021 କଣିହାଁ – ଭସାଣି ବେଳେ ଦୁର୍ଘଟଣା । ଭସାଣିରେ ଯାଉଥିବା ଟ୍ରାକ୍ଟର ଧକ୍କାରେ ୫ ଗୁରୁତର । ଅନୁଗୁଳ ଜିଲ୍ଲା କଣିହାଁ , ଗଣ୍ତମାଳା ଗ୍ରାମରେ ଏଭଳି ଘଟଣା ଘଟିଯାଇଛି । ସୂଚନା ଅନୁସାରେ ଗତକାଲି ରାତିରେ ଗ୍ରାମରେ ଲକ୍ଷ୍ମୀପୂଜା ଭସାଣି ଚାଲିଥିବା ବେଳେ ହଠାତ ଟ୍ରାକ୍ଟର ଧକ୍କା ଦେବାରୁ ୫ଜଣ ଗୁରୁତର ଆହତ ହୋଇଛନ୍ତି । ଟ୍ରାକ୍ଟର ଡ୍ରାଇଭର ଭସାଣି ସମୟରେ ଗାଡି ଛାଡି ତଳକୁ ଓହ୍ଲାଇଥିବା ବେଳେ ସେ ଅଞ୍ଚଳର ଜୈନେକ ନିଶା ଶକ୍ତ ଯୁବକ ହଠାତ୍ ଟ୍ରାକ୍ଟରଟିକୁ ଦୃତଗତିରେ ଆଗକୁ ନେଇ ଯାଇଥିଲେ । ଫଳରେ ଭସାଣିରେ ଯାଉଥିବା ଲୋକମାନଙ୍କ ଉପରେ ଟ୍ରାକ୍ଟରଟି ମାଡି ଯାଇଥିଲା । ଫଳରେ ପାଞ୍ଚ ଜଣ ଗୁରୁତର ହୋଇଥିଲେ । ଗଣ୍ତମାଳା ଗ୍ରାମପଞ୍ଚାୟତର ସରପଞ୍ଚ କୁନି ଦେହୁରୀ ଆହତ ବ୍ୟକ୍ତିମାନଙ୍କୁ ଖମାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜଣକୁ କଟକ ବଡ ଡାକ୍ତରଖାନା ଓ ଅନ୍ୟ ତିନିଜଣଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ରେଙ୍ଗାଳି ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । Advertisement
ବିଦ୍ୟୁତ ଆଘାତରେ ଭାଇ ମୃତ ଓ ଭଉଣୀ ଗୁରୁତର ଆହତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗାଁ ମହାରଣାସାହିରେ ସୋମବାର ବିଦ୍ୟୁତ ସଂସ୍ପର୍ଶରେ ଆସି ଭାଇର ମୃତ୍ୟୁ ହୋଇ ଥିବା ବେଳେ ଉଦ୍ଧାର କରିବାକୁ ଯାଇ ଭଉଣୀ…
ଚାକିରୀରୁ ବେଆଇନ ବହିଷ୍କାର ବିରୁଦ୍ଧରେ ଆମରଣ ଅନଶନ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩ ଜଣ ଯୁବକ ଆମରଣ ଅନଶନରେ ବସିଛନ୍ତି । ସେମାନଙ୍କୁ ଚାକିରୀରୁ ବେଆଇନ ଭାବେ…
ପ୍ରାତଃ ଭ୍ରମଣ ବେଳେ ହାତୀ ଆକ୍ରମଣରେ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର , ଏକଘରିଆ ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଏକଘରିଆ ଗାଁର ଯୋଗେଶ୍ୱର…