ଆଞ୍ଚଳିକ ଖଣିରେ ଦୁର୍ଘଟଣା – ଜଣେ ମୃତ Angul OnlineJuly 8, 2022July 8, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଭୁବନେଶ୍ୱରି କୋଇଲା ଖଣିରେ ଦୁର୍ଘଟଣା ଯୋଗୁଣ ଜଣଙ୍କର ମୃତ୍ୟୁ ହୋଇଛି । ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଜଣେ ଠିକା ଟ୍ରକ ଡ୍ରାଇଭର ଗୁରୁତର ହୋଇପଡ଼ିଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ତାଳଚେର ଏମସିଏଲ ସ୍ଥିତ ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡର ବ୍ରଜ ମୋହନ ସାମଲ ବୋଲି ଜଣାପଡିଛି । ସୂଚନା ଅନୁସାରେ ବ୍ରଜମୋହନ ଠିକା ସଂସ୍ଥାର ଏକ ଟ୍ରକରେ କୋଇଲା ପରିବହନ ପାଇଁ ଅନନ୍ତ ସାଇଡିଂକୁ ଯାଉଥିବାବେଳେ ସେଠାରେ ଆଉ ଏକ ଟ୍ରକ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ଖବରପାଇ ଘଟଣାସ୍ଥଳରେ ପରିବାର ପହଁଚିଲା ପରେ କ୍ଷତିପୂରଣ ବାବଦ ଏମସିଏଲ ପକ୍ଷରୁ ସମସ୍ତ ଟଙ୍କା ଓ ପରିବାରର ଜଣଙ୍କୁ ଠିକା ସଂସ୍ଥାରେ ନିଯୁକ୍ତି ପ୍ରତିଶୃତି ଦେଲାପରେ ଶବ ବ୍ୟବଚ୍ଛେଦ ପାଇଁ ପରିବାର ଲୋକେ ରାଜି ହୋଇଥିଲେ । Advertisement
ଆଖୁ ଖାଇବାକୁ ଆସି କୂଅରେ ପଡିଲା ଭାଲୁ ଅନୁଗୁଳ – ଆଖୁ ଖାଇବାକୁ ଆସି କୂଅରେ ପଡିଲା ଭାଲୁ । ତାକୁ ଉଦ୍ଧାର କରିବାକୁ ବନ ବିଭାଗର ପ୍ରୟାସ ଜାରି ରହିଥିବା ବେଳେ ପ୍ରାୟ ୩…
ଘରୋଇ ସ୍କୁଲ ଫି ଆଦାୟ ପ୍ରସଙ୍ଗ – ୨ ଅଧ୍ୟକ୍ଷଙ୍କ ନାମରେ ରୁଜୁ ହେଲା ମାମଲା ଅନୁଗୁଳ – ସ୍କୁଲ ଫି ବୃଦ୍ଧି ପ୍ରସଙ୍ଗକୁ ସାରା ଅନୁଗୁଳ ଜିଲ୍ଲାରେ ଦିନକୁ ଦିନ ଅଭିଭାବକ ଓ ଛାତ୍ରଛାତ୍ରୀ ମହଲରେ ବଢ଼ି ଚାଲିଛି ଅସନ୍ତୋଷ । ରାଜ୍ୟ…
କୋଭିଡ ନିୟମ ଉଲ୍ଲଂଘନ କରି ସିଲ୍ ହେଲା ଟେକ୍ସଟାଇଲ ତାଳଚେର – କୋଭିଡ ନିୟମ ଉଲ୍ଲଂଘନ କରିବା ଯୋଗୁଁ ତାଳଚେର ନୁଆଁ ବଜାରସ୍ଥିତ ଜଗନ୍ନାଥ ଟେକ୍ସଟାଇଲକୁ ଆଜି ପ୍ରଶାସନ ସିଲ୍ କରିଛି । ଏହି ଦୋକାନ କୋଭିଡ…