ଅପରାଧ ହତ୍ୟା ଅଭିଯୁକ୍ତ ବାପ-ପୁଅଙ୍କୁ ଆଜୀବନ କାରାଦଣ୍ଡ Angul OnlineJuly 18, 2023July 18, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ମଙ୍ଗଳବାର ହତ୍ୟା ଅଭିଯୁକ୍ତ ବାପା ଓ ପୁଅଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସୂଚନା ଅନୁସାରେ , ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ଼ କରମଙ୍ଗାସାହିର ସୁବାଶିଷ ମହାପାତ୍ର ଜଣେ ଦଣ୍ଡ ନାଚ କଳାକାର । ସୁବାଶିଷ ୨୦୨୧ ସେପ୍ଟେମ୍ବର ୩ ତାରିଖ ରାତି ପ୍ରାୟ ୧୦ଟାରେ ଗାଁର ସୁବାଷ ଚନ୍ଦ୍ର ଦୋରା(୬୦)ଙ୍କୁ ଦଣ୍ଡନାଚ ବାବଦ ପାରିଶ୍ରମିକ ଟଙ୍କା ମାଗିଥିଲେ । ଏ ନେଇ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସୁବାଷ ଚନ୍ଦ୍ର ଦୋରା ଓ ତାଙ୍କ ପୁଅ ମନୋରଞ୍ଜନ ଦୋରା ମିଶି ସୁବାଶିଷଙ୍କୁ ମାଡ଼ମାରିଥିଲେ । ସୁବାଷ ୨ ହାତରେ ସୁବାଶିଷଙ୍କୁ ଜାବୁଡ଼ି ଧରିଥିବା ବେଳେ ଏକ ଶାବଳରେ ମନୋରଞ୍ଜନ ସୁବାଶିଷଙ୍କ ମୁଣ୍ଡରେ ଆଘାତ କରିଥିଲେ। ଏହି ସମୟରେ ସେଠାରେ ସୁବାଶିଷଙ୍କ ମା‘ ସୁଷମା ମହାପାତ୍ର ପହଞ୍ଚି ପାଟି କରିବାରୁ ସ୍ଥାନୀୟ ଲୋକେ ଋଣ୍ଢ ହୋଇଥିଲେ । ଲୋକଙ୍କୁ ଦେଖି ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ସୁବାଶିଷଙ୍କୁ ଆମ୍ବୁଲାନ୍ସରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ସୁବାଶିଷଙ୍କ ମା’ ସୁଷମା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଦଫା ୩୦୨ ଓ ୩୪ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ସୁବାଷ ଓ ମନୋରଞ୍ଜନଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ବିଚାରକରି ଅନୁଗୋଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରଞ୍ଜିତା ଜ୍ୟୋତିଷି ଉଭୟ ଅଭିଯୁକ୍ତ ବାପା ଓ ପୁଅଙ୍କୁ ଦୋଷୀ ସାବ୍ୟସ୍ତକରି ମଙ୍ଗଳବାର ଆଜୀବନ କାରାଦଣ୍ଡସହ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ଦଣ୍ଡାଦେଶ ଶୁଣାଇଛନ୍ତି । ଜୋରିମାନା ଅନାଦେୟ ହେଲେ ଅଧିକ ୧ ବର୍ଷ କାରାଦଣ୍ଡ ଭୋଗିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ତରଫରୁ ଅତିରିକ୍ତ ପିପି ତାପସ ରଞ୍ଜନ ମିଶ୍ର ପରିଚାଳନା କରୁଥିଲେ। Advertisement
୬ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ପୁଲିସ – ଟଙ୍କା ଓ ମାରଣାସ୍ତ୍ର ଜବତ ଅନୁଗୁଳ – ଅନୁଗୁଳ ପୁଲିସ ପଞ୍ଝାରେ ୬ ଜଣିଆ ଲୁଟେରା ଗ୍ୟାଙ୍ଗ୍ । ଅନୁଗୁଳ ଟାଉନ୍ ଥାନା ପୁଲିସ୍ ଏହି ୬ ଜଣିଆ ଲୁଟେରା ଗ୍ୟାଙ୍ଗଙ୍କୁ ଗିରଫ…
ବ୍ରାଉନସୁଗାର ଓ ଦେଶୀ ମଦ ଜବତ – ଦୁଇ ଗିରଫ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରିଥିବା ବେଳେ ଗୋଟିଏ ସ୍ଥାନରୁ ୨୨ ଗ୍ରାମ ବ୍ରାଉନ୍ସୁଗାର ଜବତ କରିବା ସହ…
ନାବାଳିକା ବଳତ୍କାର ଉଦ୍ୟମକାରୀ ବୃଦ୍ଧଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୁଳ – ନାବାଳିକାଙ୍କୁ ବଳତ୍କାର ଉଦ୍ୟମ କରିବା ମାମଲାର ବିଚାରକରି ଆଡହକ ଅତିରିକ୍ତ ଜିଲ୍ଲା ଦୌରାଜଜ(ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ) ଜଜ୍ ପି.କେ. ବହିଦାର ଅଭିଯୁକ୍ତଙ୍କୁ ୫…