ମୁଖ୍ୟ ଖବର ଘରେ ପଶି ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଅଭିଯୁକ୍ତକୁ କାରାଦଣ୍ଡ Angul OnlineNovember 19, 2024November 19, 2024 ଅନୁଗୁଳ – ଘରେ କେହି ନଥିବାର ସୁଯୋଗ ନେଇ ଘରେ ପଶି ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଅଭିଯୁକ୍ତକୁ ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକସୋ କୋର୍ଟ ଜଜ ସୌମ୍ୟା ଶୁଭଦର୍ଶିନୀ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନା ଅନୁସାରେ ପାଲଲହଡା ଥାନା ଅଞ୍ଚଳର ଜଣେ ନାବାଳିକା ଘରେ ଏକୁଟିଆ ଥିବା ବେଳେ ୨/୧୧/୨୦୨୦ ଦିନ ଅଭିଯୁକ୍ତ ମଧୁ ନାଏକ ଘରେ ପଶି ନାବାଳିକାଙ୍କୁ ଅସଦାଚରଣ କରିଥିଲା । ନାବଳିକାଙ୍କ ମା ଘରକୁ ଫେରିବା ପରେ ନାବାଳିକା ଜଣଙ୍କ ଘଟଣା ସମ୍ପର୍କରେ କହିବା ପରେ ନାବାଳିକାଙ୍କ ମା ପାଲଲହଡ଼ା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାରେ କେଶ ନମ୍ବର ୨୧୭/୨୦ ରେ ୪୪୮,୩୪୫ବି , ୫୦୬ , ୮ ପୋକସୋ ଆକ୍ଟରେ ମାମଲା ରୁଜୁ କରିଥିଲା । ଏହି ଘଟଣାରେ ମାନ୍ୟବର ଅଦାଲତ ୯ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଅଭିଯୁକ୍ତ ମଧୁ ନାଏକକୁ ୩ ବର୍ଷ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୨ ମାସ କାରାଦଣ୍ଡ ଆଦେଶ ଦିଆଯାଇଛି । ସରକାରଙ୍କ ପକ୍ଷରୁ ପିପି ସରୋଜ ପଟ୍ଟନାୟକ ଏହି ମାମଲାର ପରିଚାଳନା କରିଥିଲେ । Advertisement
କଣ୍ଟେନର ଧକ୍କାରେ ସାଇକେଲ ଆରୋହୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ବନ୍ଦା ଛକ ଠାରେ ଏକ ସଡ଼କ ଦୁର୍ଘଟଣାରେ ସାଇକେଲ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତ…
ମତ୍ସ ବିଭାଗ ଅଧିକାରୀଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଅନୁଗୋଳ – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ମତ୍ସ ବିଭାଗ ନାମରେ ଏକ ସାଙ୍ଘାତିକ ହୋଇଛି । ଅନୁଗୋଳ ସହରର ଜଣେ ଦୋକାନୀ ତାଙ୍କ ଦୋକାନ ନାମକୁ ଏବଂ…
ହାତୀ ଆକ୍ରମଣରେ ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଅଣଓଡ଼ିଆ ହୋଇଥିବା ବେଳେ ମାନସିକ ବିକାରଗ୍ରସ୍ତ ଥିଲେ ବୋଲି…