ଅପରାଧ ଯୁବକକୁ ପିଟି ପିଟି ହତ୍ଯା ଅଭିଯୋଗ Angul OnlineSeptember 16, 2023September 16, 2023 ଅନୁଗୁଳ – ସାମାନ୍ୟ କଥାକୁ ନେଇ ଯୁବକଙ୍କୁ ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଅଙ୍ଗାରବନ୍ଧ ଗାଁରେ । ମୃତ ଯୁବକ ଜଣଙ୍କ ହେଲେ ସେହି ଗାଁର ସୋମ୍ୟ ରଞ୍ଜନ ବେହେରା । ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧୦ ଟା ବେଳେ ସୋମ୍ୟ ରଞ୍ଜନ ଖାଇ ସାରି ରାସ୍ତାକୁ ଆସିଥିଲେ । ତେବେ ସେହି ସମୟରେ ରାସ୍ତାରେ ମଦ୍ୟପାନ କରି ବୁଲୁଥିବା ସୁଶାନ୍ତ ସାହୁ ନାମଙ୍କ ଜଣେ ଯୁବକଙ୍କ ସହ ତାଙ୍କର ସାମାନ୍ୟ ଯୁକ୍ତିତର୍କ ହୋଇଥିଲା । ତେବେ ସୋମ୍ୟ ରଞ୍ଜନ ତାଙ୍କ ସହ ବେଶୀ ଯୁକ୍ତିତର୍କ ନକରି ପଳାଇ ଯାଉଥିବା ବେଳେ ହଠାତ ଶୁଶାନ୍ତ ଏକ ଠେଙ୍ଗାରେ ସୋମ୍ୟଙ୍କ ମୁଣ୍ଡ ପଛକୁ ବାଡେଇ ଦେଇଥିଲେ । ସୋମ୍ୟ ତଳେ ପଡି ଯାଇଥିବା ବେଳେ ଠେଙ୍ଗାରେ ସୁଶାନ୍ତ ଆହୁରି ବାଡେଇବା ସହ ନିକଟରେ ଥିବା ଏକ ପୋଖରୀକୁ ଠେଲି ଦେଇ ପଳାଇ ଯାଇଥିଲେ । ଗାଁର ଅନ୍ୟ ଦୁଇଜଣ ଯୁବକ ଏହା ଦେଖି ଗଭୀର ପାଣିରୁ ଦିବ୍ୟକୁ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ସୋମ୍ୟଙ୍କୁ ପ୍ରଥମେ ଅନୁଗୁଳ ଓ ପରେ କଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ କଟକରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଦିବ୍ୟଙ୍କର ମୃତ୍ୟୁ ପରେ ପରିବାର ପକ୍ଷରୁ ଅନୁଗୁଳ ସଦର ଥାନାରେ ଏ ନେଇ ଅଭିଯୋଗ କରାଯାଇଛି । ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ସହର ଉପକଣ୍ଠରୁ ୧୦୦ କେଜି ଗଞ୍ଜେଇ ଜବତ – ୨ ଗିରଫ ଅନୁଗୁଳ – ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଅନୁଗୁଳ ଅବକାରୀ ବିଭାଗ ହାବୁଡ଼ରେ ଧରା ପଡିଲେ ଦୁଇ ଗଞ୍ଜେଇ ବେପାରୀ । ସେମାନଙ୍କ ନିକଟରୁ…
ଅନ୍ଧବିଶ୍ୱାସର କରୁଣ ଚିତ୍ର – ଗୁଣି ଗାରେଡି ସନ୍ଦେହରେ ୩ ଜଣଙ୍କୁ ହତ୍ୟା !! ପାଲଲହଡା – ବିଜ୍ଞାନ ଯୁଗରେ ମଧ୍ୟ ଲୋକ ଅନ୍ଧବିଶ୍ଵାସର ବଶବର୍ତ୍ତୀ ହୋଇ ଅନୁଗୁଳ ଜିଲ୍ଲାରେ ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି । ଗୁଣିଗାରେଡି ସନ୍ଦେହରେ ତିନି…
ଚାନ୍ଦା ମାଗି ତିନି ଯୁବକ ଗିରଫ ଅନୁଗୁଳ – ମଦ ଭାଟିରୁ ଚାନ୍ଦା ମାଗିବା ଅଭିଯୋଗରେ ବଅଁରପାଳ ପୁଲିସ ତିନି ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରିଫ ଯୁବକ…