ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା-ଗିରଫ ହେଲା ପିଶାଚ

ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ୫ବର୍ଷ ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ୩ ଦିନ ଜେରା ପରେ ଅଟକ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ l ଗିରଫ ଯୁବକ ଜଣଙ୍କ ହେଲେ ଜରପଡା ଥାନା ଜେରେଙ୍ଗ ଗାଁର ବାବୁଲା ଜେନା l ସୂଚନା ଅନୁସାରେ ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଗତ ଗୁରୁବାର ଦିନ ୫ ବର୍ଷର ଶିଶୁ ଘରୁ ନିଖୋଜ ହୋଇଥିଲା l ଏନେଇ ନିଖୋଜ ଶିଶୁର ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ନିରାଶ ଶୁକ୍ରବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପରେ ପୁଲିସ ଥାନା କେସ ନଂ ୭୪/୨୪ରେ ଏକ ମିସିଙ୍ଗ ମାମଲା ରୁଜୁ କରି ତଦନ୍ତ ଚଲାଇଥିବା ବେଳେ ଶନିବାର ନିଖୋଜ ଶିଶୁଙ୍କର ଘର ଠାରୁ ୧୦୦ମିଟର ଦୂରରେ ଥିବା ଏକ ମହୁଲ ଗଛ ମୂଳରୁ ଶିଶୁର ରକ୍ତ ଜୁଡୁବୁଡୁ ଶବ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ l ଖବର ପାଇ ଶବକୁ ପୁଲିସ ଜବତ କରିବା ସହିତ ନିଶା ଶିଳ୍ପାଞ୍ଚଳ ଥାନା ଅଧିକାରୀ ବିବେକାନନ୍ଦ ମହାନ୍ତ ଏହି ଘଟଣାର ତଦନ୍ତ ଦାୟିତ୍ୱ ନେଇଥିଲେ l ପ୍ରାଥମିକ ତଦନ୍ତରୁ ଶିଶୁକୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯଇଥିବା ପୁଲିସ ସନ୍ଦେହ କରି ଅଧିକ ଖୋଳତାଡ଼ କରିଥିଲା l ଖୋଳ ତାଡ଼ ପରେ ପୁଲିସ ମୃତ ଦେହ ପଡ଼ିଥିବା ସ୍ଥାନ ଠାରୁ ୧ଶହ ମିଟର ଦୂରରେ ଥିବା ଏକ ଆଜବେଷ୍ଟ ଘରେ କିଛି ରକ୍ତ ଛିଟା ପଡ଼ିଥିବା ଦେଖିବା ପରେ ସାଇଣ୍ଟିଫିକ ଟିମ ସହାୟତାରେ ଅଧିକ ତଦନ୍ତ କରିଥିଲା l ଏନେଇ ରକ୍ତ ଛିଟା ପଡ଼ିଥିବା ଘରେ ବାବୁଲା ଜେନା ରହୁଥିବାରୁ ପୁଲିସ ତାଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଲାଇଥିଲା l ଦୀର୍ଘ ୩ ଦିନ ଧରି ପୁଲିସ ବିଭାଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜୀବ ଲୋଚନ ପଣ୍ଡା, ଏସଡିପିଓ ରମାକାନ୍ତ ମାହାଳିକ, ଆଇ ପି ଏସ ବରିଷ୍ଠ ଆଡିପୁ ବରିଷ୍ଠ ଅଧିକାରୀ ମାନେ ଆସି ଜେରା କରିବା ସହିତ ଏହି ଘଟଣାର ତଦନ୍ତ ଭାର ଡ଼ିଏସପି ଯୋଗେଶ୍ୱରୀ ବେହେରାଙ୍କୁ ପ୍ରଦାନ କରାଯଇଥିଲା l ପୁଲିସ ୩ ଦିନ ଜେରା କରିବା ପରେ କିପରି ନାବାଳିକାଙ୍କୁ ମୋବାଇଲ ଦେଖାଇବା ବାହାନା କରି ଘରକୁ ଡାକି ନେଇ ଦୁଷ୍କର୍ମ କରି ହତ୍ୟାକରିଥିଲା ସତ ମାନିଥିଲା l ହାଣ୍ଡିଆ ପିଇ ୫ ବର୍ଷର ଶିଶୁକୁ ମୋବାଇଲ ଦେଖାଇବା ବାହାନାରେ ନିଜ ଘରକୁ ଡ଼ାକିନେଇ ଥିଲା ଯୁବକ l ସେଠାରେ ଶିଶୁର ପାଟି ଓ ବେକ ଚିପି ଦୁଷ୍କର୍ମ କରିଥିଲା l ଫଳରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା l ମୃତ ଦେହ ଘରେ ପଡ଼ିଥିବା ବେଳେ ବାବୁଲା ମୃତ ଶିଶୁଙ୍କ ପରିବାର ସହିତ କୋମଳମତି ଶିଶୁକୁ ଖୋଜିଥିଲା l ଦୁଇଦିନ ଧରି ଶିଶୁର ଶବ ଘରେ ରଖିବା ପରେ ସୁଯୋଗ ଦେଖି ଶନିବାର ମୃତ ଶିଶୁର ଘର ଓ ବାବୁଲା ଜେନା ରହୁଥିବା ଘରର ମଧ୍ୟସ୍ଥଳରେ ଥିବା ମହୁଲ ଗଛ ବୁଦାରେ ଶିଶୁକନ୍ୟାର ରକ୍ତ ଜୁଡୁବୁଡୁ ମୃତ ଦେହକୁ ପକାଇ ଦେଇଥିଲା l ଏହା ପରେ ଘର ଠାରୁ ଅଳ୍ପ ଦୂରରେ ଥିବା ଏକ କଦଳୀ ଗଛ ମୂଳରେ ନାଵଳିକା ପିନ୍ଧିଥିବା ପାଉଁଜି ଓ ମୋବାଇଲକୁ ଲୁଚାଇ ରଖିଥିଵା ପ୍ରକାଶ କରିଥିଲା l ଏନେଇ ପୁଲିସ ବାବୁଲା ଜେନାଙ୍କୁ ଗିରଫ କରିବା ସହିତ ନାବାଳିକାଙ୍କର ଲୁଚାଇଥିବା ପାଉଁଜି ଓ ମୋବାଇଲ ପୁଲିସକୁ ଦେଇଥିଲା l ଏହା ପରେ ପୁଲିସ ବାବୁଲା ଜେନାର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ମଇନା କରିଥିଲେ l ଏହି ଘଟଣାରେ ପୁଲିସ ସାଇଣ୍ଟିଫିକ ଟିମ ସହାୟତାରେ ବିଭିନ୍ନ ନମୁନା ସଂଗ୍ରହ କରିବା ସହିତ ରକ୍ତଭିଜା କପଡା, ମୋବାଇଲ ଓ ପାଉଁଜିକୁ ଜବତ କରିବା ସହିତ ଅପରାହ୍ନରେ କୋର୍ଟ ଚାଲାଣ କରାଯଇଥିବା ନିଶା ଥାନା ଅଧିକାରୀ ବିବେକାନନ୍ଦ ମହାନ୍ତ ପ୍ରକାଶ କରିଛନ୍ତି l

Advertisement

Leave a Reply

Your email address will not be published. Required fields are marked *